fbpx

ଆପଣଙ୍କ ସ୍ମାର୍ଟଫୋନରେ ରହିଛି କି ଷ୍ଟୋରେଜ୍ ସମସ୍ୟା? ଗୁଗୁଲର ଏହି ଆପ୍ କରିଦେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କ ସ୍ମାର୍ଟଫୋନ୍ ରେ ଷ୍ଟୋରେଜ୍ ଟେନସନ୍ ରହିଥାଏ । ଏପରିକି ଲିମିଟେଡ୍ ମେମୋରୀ କାରଣରୁ ଲୋକଙ୍କୁ ଅନେକ ସମସ୍ୟା ହୋଇଥାଏ । ଆଉ ଫୋନ୍ ଯଦି ପୁରୁଣା ହୋଇଯାଇଥାଏ ତାହେଲେ ଆହୁରି ଚିନ୍ତା ବଢ଼ିଯାଏ । ଏପରି ସ୍ଥଳରେ ଲୋକଙ୍କ ପାଖରେ ଗୋଟିଏ ଉପାୟ ରହିଯାଏ ତାହା ହେଉଛି ଅନ୍ୟ ଆପ୍ସ ଗୁଡ଼ିକୁ ଡିଲିଟ୍ କରିବା । ଏହି ସମସ୍ୟାର ସରଳ ଉପାୟ ଆଣିଛି ଗୁଗୁଲ୍ ।

ଷ୍ଟୋରେଜ୍ ସମସ୍ୟାକୁ ଦୂର କରିବା ପାଇଁ ଗୁଗୁଲ୍ ଏପରି ଏକ ଫିଚର୍ ଉପରେ କାମ କରୁଛି ଯାହାକୁ ନେଇ ଦାବେି କରାଯାଉଛି ଯେ, ଏହି ଆପ୍ ଷ୍ଟୋରେଜ୍ କୁ କମ୍ କରିଦେବ । ଏହି ଆପ୍ ପୂରା ଆପ୍ କୁ ହଟାଇବା ବଦଳରେ କିଛି ପାର୍ଟକୁ କେବଳ ହଟାଇଥାଏ । ଯାହା ଫଳରେ ଷ୍ଟୋରେଜ୍ ବଢ଼ିଯାଏ । ଗୁଗୁଲ ଆପ୍ ଏହାର ସମାଧାନ ରୂପରେ ଆର୍ଚିଭ୍ଡ ଆପ୍ ଆଣିଛି । ଏହି ଆପ୍ ଡିଭାଇସ୍ ରେ ରହିବ ଏବଂ ଡାଟାକୁ ବି ରିଟେନ୍ କରିବ । ଏହା ଦ୍ୱାରା ୟୁଜର୍ ଙ୍କ ପାଇଁ ଆପ୍ ଗୁଡ଼ିକୁ ଯଦି ଲମ୍ବା ସମୟ ପରେ ବ୍ୟବହାର କରନ୍ତି ତାହେଲେ ଏଥିରେ ଲାଟେଷ୍ଟ୍ କ୍ୟାପିଟେବଲ୍ ଭର୍ସନ୍ ରେ ରିଷ୍ଟୋର୍ କରାଇବା ବି ସହଜ ହୋଇଯିବ ।

ଏହି ଫଙ୍କସନ୍ ପରେ ଆପଣ ବ୍ୟବହାର କରୁନଥିବା ଆପ୍ ଗୁଡ଼ିକୁ ଡିଲିଟ୍ ବି କରିବାକୁ ପଡ଼ିବ ନାହିଁ । ଏହାର ଫାଇଦା ଡେଭଲପର୍ସ ଙ୍କୁ ବି ହେବ । ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଆର୍ଚିଭ୍ଡ ଏପିକେ ବର୍ତ୍ତମାନ ପାଇଁ ଡେଭଲପ୍ ମେଣ୍ଟ୍ ଷ୍ଟେଜ୍ ରେ ରହିଛି । ଆଉ ଏହି ବର୍ଷ ୟୂଜର୍ସଙ୍କ ପାଇଁ ଜାରି କରାଯିବ ।

Get real time updates directly on you device, subscribe now.