fbpx

ଲୋପ ପାଇବ Y Chromosomes ! ପୃଥିବୀରୁ ଶେଷ ହୋଇଯିବେ ପୁରୁଷ ଜାତି? ଚେତାବନୀ ଦେଉଛି ବୈଜ୍ଞାନିକଙ୍କ ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ପରିସ୍ଥିତି କ୍ରମଶଃ ଭୟଙ୍କର ଆଡ଼କୁ ଗତି କରୁଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ପୃଥିବୀ ପୃଷ୍ଠରେ ଆଗାମୀ ଦିନମାନଙ୍କରେ ପୁରୁଷଙ୍କୁ ଆଉ ଦେଖିବାକୁ ମିଳି ନପାରେ । କେବଳ ଜୀବିତ ରହିବେ ମହିଳା ଜାତି । Y Chromosome ଦିନକୁ ଦିନ ସମାପ୍ତ ହେଉଥିବାରୁ ପରବର୍ତ୍ତୀ ପୀଢ଼ି କିପରି ଆଗକୁ ବଢ଼ିବ ସେନେଇ ଏବେ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି ।

ବତ୍ତର୍ମାନ ମଣିଷ ସମେତ କିଛି ସ୍ତନ୍ୟପାୟୀ ଜୀବଙ୍କ Y Chromosome ସମାପ୍ତ ହେବାରେ ଲାଗିଛି । ତେଣୁ ପୁରୁଷଙ୍କ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ଭାବେ ପୃଥିବୀ ପୃଷ୍ଠରେ ଅଧିକାଂଶ ପ୍ରଜନନ ପ୍ରକ୍ରିୟା ପୁରୁଷ-ମହିଳା ମିଳିତ ଭାବେ ସମ୍ପାଦନ କରିଥାନ୍ତି । ବର୍ତ୍ତମାନ ମଣିଷର Y Chromosome ସରି ସରି ଯାଉଥିବାରୁ ଭବିଷ୍ୟତରେ କେବଳ ଝିଅ ହିଁ ଜନ୍ମ ନେବେ, ପୁଅ ଆଦୌ ଜନ୍ମ ନେଇ ନପାରନ୍ତି । ତେଣୁ ଏଭଳି ସ୍ଥିତିରେ ଯୁଗ ଆଗକୁ କିଭଳି ଆଗେଇବ?

ମଣିଷ ସହିତ ଅନ୍ୟ କିଛି ସ୍ତନଧାରୀ ଜୀବର ସ୍ତ୍ରୀଲିଙ୍ଗଠାରେ ଏକ୍ସ କ୍ରୋମୋଜୋମ୍ ରହିଥାଏ । ଅନ୍ୟପକ୍ଷରେ ପୁଲିଙ୍ଗ ପାଖରେ ଏକ ଏକ୍ସ ଓ ଅନ୍ୟ ଏକ ଛୋଟ ୱାଇ କ୍ରୋମୋଜୋମ୍ ରହିଥାଏ । ଏକ୍ସ କ୍ରୋମୋଜୋମରେ ୯୦୦ ଜିନ୍ସ ରହିଥାଏ । Y Chromosomeରେ ପାଖାପାଖି ୫୫ ଜିନ୍ସ ରହିଥାଏ । ଏହାବ୍ୟତୀତ ଅନେକ ନନ-କୋଡିଙ୍ଗ ଡିଏନଏ ମଧ୍ୟ ଥାଏ । ୱାଇ କ୍ରୋମୋଜୋମ୍ ଆକାରରେ X Chromosome ଠାରୁ କ୍ଷୁଦ୍ର ହେଲେ ହେଁ ଏହାଦ୍ୱାରା ଭ୍ରୁଣରେ ବିକଶତ ହେଉଥିବା ପୁଅ ବା ଝିଅ ସନ୍ତାନ ହିଁ ସ୍ଥିର ହୋଇଥାଏ ।

ଯେତେବେଳେ ଗର୍ଭଧାରଣର ୧୨ ସପ୍ତାହ ବିତିଯାଏ, ଏହାପରେ ମାଷ୍ଟର ସେକ୍ସ ଜିନ ଅନ୍ୟ ଜିନ୍ସଙ୍କୁ ଟେଷ୍ଟିସ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଭ୍ରୁଣରେ ନିର୍ମିତ ହେଉଥିବା ଟେଷ୍ଟିସ ପୁରୁଷ ହରମୋନ ନିର୍ଗତ କରିଥାଏ । ଏହି କାରଣରୁ ହିଁ ପୁଅ ଜନ୍ମ ନେଇଥାନ୍ତି । ମାଷ୍ଟକର ସେକ୍ସ ଜିନ୍ସକୁ ସେକ୍ସ ରିଲିଜିଅନ ଅନ୍ ଦି ୱାଇ ବା ଏସଆରୱାଇ କୁହାଯାଇଥାଏ । ଅଧିକାଂଶ ସ୍ତନଧାରୀ ଜୀବଙ୍କଠାରେ ମଣିଷ ପରି X ଓ Y Chromosome ରହିଥାଏ । ସମସ୍ତ X Chromosome ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଜିନ୍ସ ରହିଥାଏ । ମାତ୍ର ୱାଇ ପାଖରେ ଶକ୍ତିଶାଳୀ ଏସଆରଇୱାଇ ସୁବିଧା ରହିଥାଏ ।

ତେବେ ୧୬.୬ କୋଟି ବର୍ଷ ମଧ୍ୟରେ Y Chromosome ୯୦୦ରୁ ହ୍ରାସ ଘଟି ୫୫କୁ ଆସିଯାଇଛି । ଏହାର ଅର୍ଥ ହେଉଛି ପ୍ରତି ୧୦ ଲକ୍ଷ ବର୍ଷରେ ମଣିଷର Y Chromosome ୫ଟି ଜିନ୍ସ ହରାଉଛି । ଅର୍ଥାତ ଆସନ୍ତା ୧.୧୦ କୋଟି ବର୍ଷରେ ମଣିଷର Y Chromosome ସମସ୍ତ ଜିନ୍ସକୁ ଖାଇଦେବ । ଏପରି କି ଏଭଳି ସମୟ ଆସିବ, ପୁରୁଷ ଆଉ ସୃଷ୍ଟି ହେବ ନାହିଁ । ତେବେ ଯଦି ପୁରୁଷ ବଞ୍ଚି ରହିବ, ତେବେ ତା’ ପାଇଁ ଏକ ନୂଆ ଜିନ ତିଆରି ହେବ ବୋଲି ଅନୁମାନ କରାଯାଉଛି । ପ୍ରୋସିଡିଙ୍ଗସ ଅଫ୍ ଦି ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ(Proceedings of the National Academy of Sciences) ପତ୍ରିକାରେ ଏ ବାବଦରେ ଏକ ରିସର୍ଚ୍ଚ ପେପର ପ୍ରକାଶିତ ହୋଇଛି । ପୁରୁଷଙ୍କୁ ସୃଷ୍ଟି କରୁଥିବା ଜିନ୍ସ କାହିଁକି ସମାପ୍ତ ହେଉଛି ତା’ ଉପରେ ରିସର୍ଚ୍ଚ କରାଯାଇଥିଲା । ତେବେ ଏହା ଉପରେ କିଛି ତଥ୍ୟ ପ୍ରଦାନ କରିବା ବୈଜ୍ଞାନିକଙ୍କ ପକ୍ଷେ ଏବେ ଅସମ୍ଭବ ।

Get real time updates directly on you device, subscribe now.