fbpx

କରୋନା ସହ ଲଢିବାକୁ ଖଣ୍ଡା ନେଇ ରାସ୍ତାକୁ ଓହ୍ଲାଇଲେ ‘ଯମରାଜା’

ଅଯୋଧ୍ୟା,୧୧ ।୪: କରୋନା ଭାଇରସର ମୁକାବିଲା ପାଇଁ ଅଯୋଧ୍ୟାରେ ଏକ ଅଭିନବ ଉପାୟ ଆପଣାଯାଇଛି । ଏନେଇ ରାସ୍ତାରେ କରୋନା ଆକାରରେ ଯମରାଜା ନିଜ ହାତରେ ଖଣ୍ଡା ଧରି ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ଯମରାଜା ଲୋକଙ୍କୁ କହିଥିଲେ ଯେ, ଯଦି ଆପଣ ଘରୁ ବାହାରନ୍ତି, ତେବେ ଆମେ ଛାଡିବୁ ନାହିଁ । ଆମେ କେବଳ ଘର ବାହାରେ ବୁଲୁଥିବ ଲୋକଙ୍କୁ ନିଜର ଟାର୍ଗେଟ କରୁଛୁ । ଯେଉଁମାନେ ଲକ୍-ଡାଉନ୍ ସମୟରେ ଘରେ ରହୁଛନ୍ତି, ଆମ ସହ ସେମାନଙ୍କ କୌଣସି ସଙ୍କଟ ନାହିଁ ।

ତେବେ ଏହି ମାମଲା ଅଯୋଧ୍ୟା ଜିଲ୍ଲା କୁମାରଗଞ୍ଜ ସହରରୁ ଆସିଛି । ଲକ୍-ଡାଉନ୍ ନିୟମକୁ ପାଳନ କରିବା ପାଇଁ ପୋଲିସ ଲୋକଙ୍କ ମଧ୍ୟରେ ସତେନତା ସୃଷ୍ଟି କରିବାକୁ କରୋନା ରୂପକ ଯମରାଜାଙ୍କ ଛଦ୍ମବେଶକୁ ବ୍ୟବହାର କରିଛି ।

Get real time updates directly on you device, subscribe now.