fbpx
BJD
BJD SKY
BJD SKY

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୂମଧ୍ୟସାଗରୀୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ସର୍ବାଧିକ ୪୫ ଦଶମିକ ୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛ। ସେହିଭଳି ବଲାଙ୍ଗୀର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଝଡ଼ ତୋଫାନ୍‍ ହୋଇଥିବା ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୩ ତାରିଖରେ ଆଉ ଏକ ପଶ୍ଚିମ ଝଡ଼ ଆସୁଥିବାରୁ ଏହାର ପ୍ରଭାବରୁ ସାରା ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅତଏବ ୨୫ ତାରିଖ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ଯଦିଓ ମଧ୍ୟାହ୍ନରେ ତାପମାତ୍ରାରେ ବୃଦ୍ଧି ଘଟିବ ତେବେ ଅପରାହ୍ନରେ ବର୍ଷା ହେବ ।

ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଗତ ୩ ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ସହ ପବନ ଓ କୁଆପଥର ମାଡ଼ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ମଙ୍ଗଳବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ, ବର୍ଷା ଓ କୁଆପଥର ମାଡ଼ରେ ଜନଜୀବନ ବେହାଲ ହୋଇ ପଡ଼ିଛି। ବଡ଼ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି।

 

 

Get real time updates directly on you device, subscribe now.