୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ବିଜୁଳି, ଘଡ଼ଘଡ଼ି ସହ ୩୦-୪୦ କିମି ବେଗରେ ବହିବ ପବନ

ଓଡ଼ିଶା ଉପରୁ ଦୂରେଇ ଯାଇଛି ଲଘୁଚାପ କ୍ଷେତ୍ର।

ଭୁବନେଶ୍ୱର: ବର୍ଷାକୁ ନେଇ ଆସିଲା ବଡ଼ ଖବର। ଓଡ଼ିଶା ଉପରୁ ଦୂରେଇ ଯାଇଛି ଲଘୁଚାପ କ୍ଷେତ୍ର। ଫଳରେ ଆଜିଠୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଯେହେତୁ ଓଡ଼ିଶା ଉପରୁ ଲଘୁଚାପ କ୍ଷେତ୍ର ଦୂରେଇ ଯାଇଛି ତେଣୁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ।  ଯାହା ଅନୁମାନ କରାଯାଉଛି କିଛି କିଛି ସ୍ଥାନରେ ଝଡବର୍ଷା ହୋଇପାରେ।

ବିଜୁଳି, ଘଡ଼ଘଡ଼ି ସହ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ବିଜୁଳି, ଘଡ଼ଘଡ଼ି ସହ ପବନ ବହିବା ନେଇ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  ଏହି ସମୟରେ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।