fbpx

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ, ୮ା୧୩: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଥିବା ସୂଚନା ମିଳିଛି । ବେଆଇନ ଅର୍ଥ କାରବାର ମାମଲାରେ ଇଡ଼ି ତାଙ୍କୁ ଗିରଫ କରିଛି । ଗତକାଲି ତାଙ୍କ ବାସଭବନରେ ଇଡ଼ି ପକ୍ଷରୁ ଚଢ଼ାଉ ହୋଇଥିଲା । ପରେ ଦୀର୍ଘ ୩୦ଘଣ୍ଟାର ପଚରାଉଚରା କରିବା ପରେ ତାଙ୍କୁ ଆଜି ଇଡ଼ି ଗିରଫ କରିଛି । ରାଣାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତାଙ୍କୁ ଆଜି ଦିନ ୧୧ଟାରେ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।
ଉଲ୍ଲେଖଯୋଗ୍ୟ ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ , ବ୍ୟାଙ୍କରୁ ୩୦ଦିନ ପର୍ଯ୍ୟନ୍ତ ୫୦ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇପାରିବେ ନାହିଁ ବୋଲି କଟକଣା ଜାରି କରିଥିଲା ।

Get real time updates directly on you device, subscribe now.