fbpx

Yes Bankର ଖାସ୍ ଅଫର୍: କମ୍ ସୁଧରେ ମିଳୁଛି Home Loan, ମହିଳାଙ୍କୁ ସ୍ପେଶାଲ୍ ରିହାତି

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ପର୍ବପର୍ବାଣି ଋତୁରେ ସ୍ୱତନ୍ତ୍ର ଅଫର୍ ଲଞ୍ଚ କରିଛି । ବ୍ୟାଙ୍କ ପକ୍ଷରୁ ଶସ୍ତାରେ ହୋମ୍ ଲୋନ୍ ପ୍ରଦାନ କରାଯାଉଛି, ଯେଉଁଥିରେ କି ମାତ୍ର ୬.୭ ପ୍ରତିଶତ ସୁଧ ନିଆଯାଉଛି । ତେବେ ଏଥିରେ ମହିଳାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଫର ରହିଛ, ଯାହାକି ୦.୦୫ ପ୍ରତିଶତ ରିହାତିରେ ମିଳିବ । ଅର୍ଥାତ ମହିଳାଙ୍କ କ୍ଷେତ୍ରରେ ଏହି ହୋମ୍ ଲୋନ୍ ୬.୬୫ ପ୍ରତିଶତରେ ଯୋଗାଇ ଦିଆଯିବ । ନିକଟରେ କିଛି ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କ ଉତ୍ସବର ଆଗମନକୁ ଦୃଷ୍ଟିରେ ରଖି ବିଭିନ୍ନ ଫେଷ୍ଟିଭ୍ ଅଫର ଲଞ୍ଚ କରିସାରିଛନ୍ତି । ଏହି ଅଫର ୯୦ ଦିନ ପର୍ଯ୍ୟନ୍ତ ଜାରି ରହିବ ।

ୟେସ୍ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଅଫରରେ କୁହାଯାଇଛି ଯେ, ଗ୍ରାହକମାନେ ପେପର ୱାର୍କ ସହିତ ୩୫ ବର୍ଷ ପର୍ଯ୍ୟନ୍ତ ମାସିକ କିସ୍ତି ନେଇପାରିବେ । ପୂର୍ବରୁ ଏହି କିସ୍ତି ଅବଧି ୩୦ ବର୍ଷ ରହିଥିଲା, ମାତ୍ର ଏବେ ତାହା ୩୫ ବର୍ଷ କରାଯାଇଛି । ତେବେ ବ୍ୟାଙ୍କ ବର୍ତ୍ତମାନ ୮.୯୫ରୁ ୧୧.୮୦ ପ୍ରତିଶତରେ ହୋମ ଲୋନ ପ୍ରଦାନ କରୁଥିବା ବ୍ୟାଙ୍କର ୱେବସାଇଟରେ ଉଲ୍ଲେଖ ରହିଛି । ମାତ୍ର ଅଫର ଲାଗୁ ହେବା ଫଳରେ ହୋମ ଲୋନରେ ପ୍ରାୟ ୨.୨୫ ପ୍ରତିଶତ ସୁଧ ହ୍ରାସ ପାଇଛି ।

Get real time updates directly on you device, subscribe now.