fbpx

ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୬ା୩: ୟେସ୍ ବ୍ୟାଙ୍କ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ୟେସ୍ ବ୍ୟାଙ୍କ ସ୍ଥିତି ଖୁବଶୀଘ୍ର ସୁଧୁରିଯିବ । ଜମାକାରି ବ୍ୟସ୍ତନହେବାକୁ ସେ କହିଛନ୍ତି । ୟେସ୍ ବ୍ୟାଙ୍କର ସମସ୍ୟା ଜଲଦି ସମାଧାନ କରାଯିବ । ଏହାସହ ଆରବିଆଇ ଅଧିକାରୀ ୟେସ୍ ବ୍ୟାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି । ଏଟିଏମରୁ ଟଙ୍କା ହ୍ରାସ ପ୍ରସଙ୍ଗରେ ଆରବିଆଇ ସହ ଆଲୋଚନା କରିିବେ ବୋଲି ସୀତାରମଣ କହିଛନ୍ତି ।
ଅନ୍ୟପଟେ ଆଜି ପ୍ରାୟ ୬୦% ୟେସ୍ ବ୍ୟାଙ୍କ ସେୟାର କମିଛି । ଗ୍ରାହକମାନେ ୩୦ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି ବୋଲି ସୂଚନା ରହିଛି । ଟଙ୍କା ଉଠାଣ ନେଇ ଆରବିଆଇ ଏହି କଟକଣା ଲଗାଇଛି । ଏନେଇ ୟେସ୍ ବ୍ୟାଙ୍କରୁ ଜମା ଟଙ୍କା ଉଠାଇବା ପାଇଁ ଏଟିଏମ ଆଗରେ ଗ୍ର।।ହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.