fbpx

(Video): ଆପଣ ସ୍ୱୟଂ ଜଣେ ସୁନ୍ଦରୀ ! ଋଷୀୟ ଝିଅ ସହ ବନ୍ଧୁ ଅଛନ୍ତି! କେବେ ବି ଦିଅନ୍ତୁନି….

Advertisement

ଓଡିଶା ଭାସ୍କର : ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଋଷିଆନ ଗର୍ଲସଙ୍କ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରୁ ସବୁଠୁ ଅଧିକ ଭିଡିଓ ଦିନାରା (Dinara ) ନାମକ ଜଣେ ଋଷୀୟ ଝିଅର ଅଟେ । କେବେ ସେ ସ୍କେନର ଲଗେଇକି ନିଜ ପାଇଁ ବର ଖୋଜୁଛନ୍ତି ତ ପୁଣି କେବେ ଦିଲଜିତ ଦୋସାଂଝଙ୍କୁ ଦେଖା କରିବାର ନଜର ଆସନ୍ତି । ତାଙ୍କର ଅନେକ ଭିଡିଓରେ ସେ ଭାରତୀୟ ଲୋକ ଓ ଭାରତର ପ୍ରଶଂସା କରୁଥିବାର ଦେଖିବାକୁ ମିଳେ । ଏକ ଭିଡିଓରେ ସେ ଋଷରେ ଲୋକେ କେମିତି ଭାରତୀୟଙ୍କୁ ଦେଖିଲେ ଖୁସି ହୁଅନ୍ତି । ଭିଡିଓରେ ଦିନାରା ଆପଣ ଭାରତର କି ବୋଲି ପଚାରୁଛନ୍ତି । ତାଙ୍କର ଆଉ ଏକ ଭିଡିଓରେ ସେ କହିଛନ୍ତି ଯେ ଋଷିୟନ ଗାର୍ଲସଙ୍କୁ କେଉଁ ପ୍ରକାର ଉପହାର ଦେବା ଉଚିତ ନୁହଁ ।

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଦିନାରାଙ୍କ ଆକାଉଣ୍ଡ @dijidol ରେ ସେୟାର କରାଯାଇଥିବା ଏକ ଭିଡିଓରେ ସେ ନିଜକୁ ଭିନ୍ନ ଭିନ୍ନ ରୂପରେ ପରିବର୍ତ୍ତନ କରି ଋଷିୟନ ଝିଅଙ୍କୁ କେଉଁ ସବୁ ଉପହାର ଦେବା ଅନୁଚିତ ତାହା ବଖାଣୁଛନ୍ତି । ଦିନାରାଙ୍କ କହିବାନୁସାରେ, ଯଦି ଆପଣଙ୍କ ବି କୌଣସି ଋଷୀୟ ଝିଅ ବନ୍ଧୁ ଅଛନ୍ତି ସେମାନଙ୍କୁ ୨,୪,୬ ତଥା ୮ ଭଳି ଯୁଗ୍ମ ସଂଖ୍ୟା ହୋଇଥିବା ଫୁଲ ଉପହାର ଜମାରୁ ଦିଅନ୍ତୁ ନାହିଁ । ଋଷୀୟ ପରମ୍ପରା ଅନୁଯାୟୀ ଏହା ଭୁଲ ଅଟେ । ସେଠାରେ ଏହାକୁ ଅନ୍ତିମ ସଂସ୍କାର ସମୟରେ ପ୍ରଦାନ କରାଯାଏ । ଏହା ବିଷୟରେ କାହାକୁ କେବେ ବୋଧେ ଜଣା ନ ଥିବ । ଦିନାରାଙ୍କ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ତାହାସହ ଏହାକୁ ଅନେକ ସେୟାର ମଧ୍ୟ କରାଯାଉଛି । ବହୁ ଲୋକ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଦିନାରାଙ୍କ ଭିଡିଓ ଦେଖି ଜଣେ ୟୁଜର୍ସ କହିଛନ୍ତି, ‘ଭଗବାନ! ଏ ପରମ୍ପରା ବିଷୟରେ ମୁଁ ପୂର୍ବରୁ ଅନଭିଜ୍ଞ ଥିଲ’ । ଆଉ ଜଣେ ଲେଖିଛନ୍ତି ଯେ ଆପଣ ସ୍ୱୟଂ ଜଣେ ସୁନ୍ଦରୀ । ନିଜେ ହିଁ ଆପଣ ଗୋଟିଏ ଗୋଲାପ ।

Get real time updates directly on you device, subscribe now.