fbpx

ଶୋଇବାର ଷ୍ଟାଇଲରୁ ଜାଣିହେବ ଜଣକର ସ୍ୱାସ୍ଥ୍ୟ ଓ ସ୍ୱଭାବ ବିଷୟରେ, ଜାଣନ୍ତୁ କିପରି

AAKASH

ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ଷ୍ଟାଇଲରେ ବିଛଣାରେ ଶୋଇଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ଲୋକର ଶୋଇବା ଷ୍ଟାଇଲରୁ ତା’ର ସ୍ୱାସ୍ଥ୍ୟ ଓ ସ୍ୱଭାବ ବିଷୟରେ ବହୁତ କିଛି ଜାଣିହୋଇଥାଏ । ସାଧାରଣତଃ ଲୋକମାନେ ତିନି ପ୍ରକାରେ ଶୋଇଥାନ୍ତି- ପିଠି, ପେଟ ଓ କଡ଼ । ଆସନ୍ତୁ ଜାଣିବା ସେ ବିଷୟରେ:-

ଯେଉଁମାନେ ବିଛଣାରେ ଗୋଟିଏ କଡ଼ ଆଣ୍ଠୁ ମାଡ଼ି ଶୋଇଥାନ୍ତି, ସେମାନେ ସହଜରେ ପରାଜୟ ସ୍ୱୀକାର କରନ୍ତି ନାହିଁ । ସେମାନେ ସର୍ବଦା ଫିଟ ଦେଖାଯିବା ସହ ଖୋଲା ହୃଦୟର ହୋଇଥାନ୍ତି । ଏପରି ଭାବରେ ଶୋଇଲେ ବି ଆପଣଙ୍କ ପ୍ରତି ବିପଦ ରହିଛି । ଏପରି ଶୋଇବା ଦ୍ୱାରା ଆପଣଙ୍କର ବାହୁ ଓ ଗୋଡ଼ ଦରଜ ହୋଇଥାଏ ।

ଯେଉଁମାନେ ପେଟ ଉପରେ ଅର୍ଥାତ ଓଲଟା ଶୋଇଥାନ୍ତି, ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ । ଚିନ୍ତିତ, ନିରାଶ ହୋଇ ସେ ଦିନର କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏପରି ଶୋଇବା ସମୟରେ ଯଦି ବେକ ଓ ମେରୁଦଣ୍ଡ ଗୋଟିଏ ଧାଡ଼ିରେ ରହିଥାଏ, ତେବେ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

ଯେଉଁମାନେ ପିଠିରେ ଶୋଇଥାନ୍ତି ସେମାନେ ସର୍ବଦା ଜିଦଖୋର ସ୍ୱଭାବର ହୋଇଥାନ୍ତି । ବେକ ଓ ଅଣ୍ଟା ଯନ୍ତ୍ରଣାର ଶିକାର ହେଉଥିବା ଲୋକମାନେ ଏପରି ଶୋଇବା ଉଚିତ । ଏପରି ଶୋଇଲେ ସ୍ନାୟୁ ଓ ମେରୁଦଣ୍ଡ ଉପରେ କମ ଚାପ ପଡ଼ିଥାଏ । ଉପରକୁ ମୁହଁ କରି ଶୋଇବା ସମୟରେ ମୁଣ୍ଡ ପାଖରେ ତକିଆ ରଖିବା ଉଚିତ ।

ବିଛଣାରେ ଶୋଇବା ସମୟରେ ବାମ କଡ଼କୁ ମାଡ଼ି ଶୋଇବା ଉଚିତ । ଏପରି ଶୋଇଲେ ପେଟର କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ । ରକ୍ତ ପ୍ରବାହ ଠିକ ରହିବା ସହ କିଡନୀ ଠିକ ଭାବରେ କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.