fbpx

Blood Cloting ପାଇଁ ହୋଇପାରେ ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ, ଲକ୍ଷଣକୁ ନେଇ ଆସିଲା ଭୟଙ୍କର ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଅଧିକାଂଶ କ୍ଷେତ୍ରରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ଆମ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି କୁହାଯାଏ । ବ୍ଲଡ କ୍ଲଟ ଅର୍ଥାତ ରକ୍ତର ଜମାଟ ହେବା ଦ୍ୱାରା ରକ୍ତ ଏକ ତରଳ ପଦାର୍ଥ ଜେଲରେ ପରିବର୍ତ୍ତନ ହୋଇଥାଏ । ଏହାର ସ୍ୱରୂପ ଜମାଟ ପରି ସମାନ ହୋଇଥାଏ । ଯେ କୌଣସି ସ୍ଥାନରେ ଆଘାତ ବା ଚୋଟ ଲାଗିବା ପରିସ୍ଥିତିରେ ବ୍ଲଡ କ୍ଲଟିଂ ଜରୁରୀ ହୋଇଥାଏ । କାରଣ ଏହ ଶରୀରରୁ ଅଧିକ ରକ୍ତ ନିର୍ଗତ କରିବାରୁ ରୋକିଥାଏ ।

ଯେତେବେଳେ ଶରୀର ଭିତରେ ଶିରାରେ କ୍ଲଟିଂ ହୋଇଥାଏ, ସେତେବେଳେ ତାହା ଭୟଙ୍କର ସାବ୍ୟସ୍ତ ହୋଇଥାଏ । ଏହି କାରଣରୁ ହାଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ । ବ୍ଲଡ୍ କ୍ଲଟିଂ ବିଭିନ୍ନ ପ୍ରକାରର ହୋଇଥାଏ । ଶରୀରର ପାଦ ତଳ ଭାଗରେ ଅଧିକାଂଶ ସମୟରେ ବ୍ଲଡ କ୍ଲଟିଂ ଦେଖିବାକୁ ମିଳିଥାଏ । ହାତ, ହୃଦୟ, ପେଲିଭସ, ଫୁସଫୁସ, ବ୍ରେନ, ପେଟ ଓ ଶରୀରର ଅନ୍ୟ ଭାଗରେ ମଧ୍ୟ ବ୍ଲଡ କ୍ଲଟିଂ ହୋଇପାରେ । ଏଥିସହିତ ଶୀରା ଓ ଧମନୀରେ ମଧ୍ୟ ବ୍ଲଡ୍ କ୍ଲଟିଂ ହେବାର ସମ୍ଭାବନା ରହିଥାଏ ।

କୋଭିଡ-୧୯ର ଦୁଷ୍ପ୍ରଭାବ କାରଣରୁ ଧମନୀରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢ଼ିଯାଇଛି । ଏହା ଫଳରେ ହାଟ୍ ଆଟାକ ଆସିବାର ସମ୍ଭାବନା ରହିଥାଏ । ଏକ ରିସର୍ଚ୍ଚ ମୁତାବକ, ଯେଉଁମାନେ ଭାଇରସରେ ସଂକ୍ରମିତ ହୋଇଥିଲେ, ଏକବର୍ଷ ପରେ ସେମାନଙ୍କ ରକ୍ତରେ ଜମାଟ ବାନ୍ଧିବାର ଆଶଙ୍କା ବେଶି ରହିଥାଏ । କରୋନା ଭାଇରସ୍ କାରଣରୁ ରକ୍ତ ଜମାଟ ଆଶଙ୍କା ଅଧିକ ହୋଇଥାଏ । ଏହା କାରଣୁ ହୃଦୟ ସମ୍ବନ୍ଧିତ ବିମାରୀ ଅଧିକ ବୃଦ୍ଧି ପାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ତେବେ ଶରୀରରେ ରକ୍ତର ଜମାଟ ବାନ୍ଧିବାର ବିଭିନ୍ନ ପ୍ରକାରର ଲକ୍ଷଣ ରହିଥାଏ । ତେଣୁ ଏହାକୁ ଅଣଦେଖା କରିବାର ଭୁଲ ନକରି ଡାକ୍ତରଙ୍କ ପରାମର୍ଶ କରିବା ଦରକାର । ଯଦି କେହି ଆପଣଙ୍କ ହାତ, ପାଦର ଶିରାକୁ ବନ୍ଦ କରିଦେବେ, ତେବେ ତାହା ନୀଳ ବା ଲାଲ ରଙ୍ଗ ହୋଇଯିବ । ଶିରା ଡ୍ୟାମେଜ୍ ହେବା କାରଣରୁ ଆପଣଙ୍କ ସ୍କିନ ଫିକା ପଡ଼ିପାରେ । ରକ୍ତ ଜମାଟ ଶରୀରରେ ବ୍ଲଡ ଫ୍ଲୋକୁ ରୋକିଥାଏ, ସେତେବେଳେ କୋଶିକାଗୁଡ଼ିକ ଜମିଯାଇଥାଥାନ୍ତି ଓ ତାହା ଫୁଲି ଯାଇଥାଏ । ଏହା ଠିକ ହେବା ପରେ ତିନି ଜଣରୁ ଜଣଙ୍କ ମଧ୍ୟରେ ଅନେକ ସମୟରେ ରକ୍ତ ବାହିକା ଡ୍ୟାମେଜ ହେବା ସହ ଯନ୍ତ୍ରଣା ଓ ଘାଆ ହୋଇପାରେ ।

ଯଦି ଅଚାନକ ଆପଣଙ୍କ ଛାତି ଯନ୍ତ୍ରଣା ହୁଏ ତେବେ ଏହାର ଅର୍ଥ ହେଉଛି ଶରୀର ମଧ୍ୟରେ ଥିବା ରକ୍ତ ଜମାଟ ଭାଙ୍ଗି ଯାଇଛି । ଏହା ଦ୍ୱାରା ହାର୍ଟ ଆଟାକ ଆସିପାରେ । ଯଦି ଆପଣ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ଏହା ଦ୍ୱାରା ଫୁସଫୁସ ଓ ହୃଦୟରେ କ୍ଲଟିଂ ହେବାର ଆଶଙ୍କ ଥାଏ । ଏହାଦ୍ୱାରା ଆପଣଙ୍କର ହାର୍ଟ ବିଟ୍ ବଢ଼ି ଆପଣ ବେହୋସ୍ ହୋଇପାରନ୍ତି । ଲଗାତର ଖାସ ହେବା ରକ୍ତ ଜମାଟର ଏକ ଲକ୍ଷଣ । ଯଦି ଛାତିରେ ଯନ୍ତ୍ରଣା ସହିତ ଶୁଖିଲା ଖାସ ହେଉଛି ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଦେଖାଇବା ଜରୁରୀ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି ।

Get real time updates directly on you device, subscribe now.