fbpx

ଆପଣଙ୍କୁ ୪୦ ଟପିଲାଣି କି, ତୁରନ୍ତ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ପଡ଼ିପାରନ୍ତି ଅସୁବିଧାରେ

କଥାରେ ଅଛି ଶରୀର ଅଛି ମାନେ ରୋଗ ନିଶ୍ଚୟ ଅଛି । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ କଲା ପରେ ପ୍ରତ୍ୟେକ ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । କାରଣ ଏହି ସମୟରେ ଆମର ରୋଗପ୍ରତିରୋଧକ ଶକ୍ତି ଧୀରେଧୀରେ ହ୍ରାସ ପାଇବା ସହ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବାରେ ଲାଗେ । ଏହି ସମୟରେ ଶରୀରରେ କିଛି ପରିବର୍ତ୍ତନ ହୋଇଥାଏ । ତେବେ ଏହାକୁ ଠିକ୍ ଭାବରେ ଧ୍ୟାନ ଦେଲେ ଆପଣ ୪୦ ବର୍ଷ ବୟସରେ ମଧ୍ୟ ଫିଟ୍ ରହିବା ସହ ଅନେକ ରୋଗକୁ ଏଡ଼ାଇ ଦେଇ ପାରିବେ । ତେବେ ୪୦ ବର୍ଷ ପରେ ଜଣକୁ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

– ଏହି ବୟସରେ ଶରୀରରେ କ୍ୟାଲସିୟମର ମାତ୍ରା କମିବାରେ ଲାଗେ । ବିଶେଷ କରି ଗର୍ଭଧାରଣ ହେତୁ ମହିଳାମାନଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖାଦେଇଥାଏ । ତେଣୁ କ୍ୟାଲସିୟମଯୁକ୍ତ ଖାଦ୍ୟ ନିୟମିତ ଭୋଜନରେ ସାମିଲ କରିବା ଉଚିତ ।

– ବୟସ ବଢ଼ିବା ସହ ଆମ ଶରୀରର ମାଂଶପେଶୀ ଦୁର୍ବଳ ହେବା କାରଣରୁ ଏହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରଭାବରେ ସାମାନ୍ୟ ପରିଶ୍ରମରେ ଆମକୁ ଦୁର୍ବଳ ଲାଗେ । ତେଣୁ ନିୟମିତ ବ୍ୟାୟାମ କରିବା ଦରକାର ।

– ଭିଟାମିନ ବି-୧୨ର ମାତ୍ରା ଶରୀରରେ ହ୍ରାସ ପାଇବା କାରଣରୁ ଡିପ୍ରେସନ, କେଶ ଝଡ଼ା ଆଦି ସମସ୍ୟା ଦେଖାଦେଇଥାଏ । ତେଣୁ ଅଣ୍ଡା ଓ ଦୁଗ୍ଧଜାତୀୟ ପଦାର୍ଥ ସେବନ କରି ଭିଟାମିନ-ବିର ଭରଣା କରିହେବ ।

– ଶରୀରରେ ହରମୋନର ପରିବର୍ତ୍ତନ ଘଟିବା ଦ୍ୱାରା ଚର୍ମର ଗଠନରେ ପରିବର୍ତ୍ତନ ହୁଏ । ତେଣୁ ଚର୍ମ ଶୁଷ୍କ ହୋଇଥାଏ । ସେଥିପାଇଁ ଚର୍ମରେ ତେଲ ମାଲିସ ସହ ଡାକ୍ତରଙ୍କ ସହ ପରାମର୍ଶ କରି କ୍ରିମର ପ୍ରୟୋଗ କରିବା ଉଚିତ ।

Get real time updates directly on you device, subscribe now.