fbpx

ଆପଣ ବି ଜୀବନରେ ହୋଇପାରିବେ କୋଟିପତି: ଭଲରେ ବୁଝନ୍ତୁ, କେବଳ ଥରେ ଟ୍ରାଏ କରନ୍ତୁ ୪୧୬ ଟଙ୍କିଆ ଫର୍ମୂଲା

ନୂଆଦିଲ୍ଲୀ: ପଇସା କାହାକୁ ବା ଭଲ ନ ଲାଗେ, ଜୀବନରେ କୋଟିପତି ହେବାକୁ କିଏ ବା ନ ଚାହେଁ । ଅର୍ଥ ଆଜି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ପଇସା ଦ୍ୱାରା ଯେ ସବୁକିଛି କିଣିହେବ, ଏହା ଶତ ପ୍ରତିଶତ ସତ ନହେଲେ ବି କେତେକାଂଶରେ ସତ । ତେବେ ଆଜିର ସମାଜରେ ଯାହା ପାଖରେ ଯେତେ ପଇସା ଅଛି, ସେ ସେତେ କ୍ଷମତାଶାଳୀ ଓ ସେ ଯାହା ଚାହିଁବ ତାହା ଜୀବନରେ ହାସଲ କରିପାରିବ ।

ଅନେକ ଲୋକ ଜୀବନରେ କିଛି ହାସଲ କରିବାକୁ ପ୍ଲାନିଂ କରିଥାନ୍ତି । ମାତ୍ର ପ୍ଲାନିଂରେ ତ୍ରୁଟି କାରଣରୁ ସେ ଅନେକ ସମୟରେ ଫେଲୁଅର ହୋଇଥାନ୍ତି । ଜୀବନରେ ଆଗକୁ ବଢ଼ିବା, କୋଟିପତି ହେବା, ସଫଳତା ହାସଲ କରିବା ଏପରି ପ୍ରତ୍ୟେକ କାର୍ଯ୍ୟ ପାଇଁ ଆମକୁ କିଛି ନିର୍ଦ୍ଦିଷ୍ଟ ଫର୍ମୂଲା ଆପ୍ଲାଏ କରିବାକୁ ପଡ଼ିଥାଏ । ତେବେ ଜଣେ ରାତାରାତି କୋଟିପତି ହୋଇଯିବା ଏକପ୍ରକାରର ଅସମ୍ଭବ ବ୍ୟାପାର । ମାତ୍ର ଜଣେ ଯଦି ଦୀର୍ଘ ଅବଧି ପାଇଁ ଧୈର୍ଯ୍ୟର ସହିତ ପରିଶ୍ରମ କରି, ସଠିକ୍ ସ୍କିମରେ ଯୋଜନା ଅନୁଯାୟୀ ନିବେଶ କରେ, ତେବେ ସେ ନିଶ୍ଚିତ କୋଟିପତି ହୋଇପାରିବେ ।

ଆଜିକାଲି ମାର୍କେଟରେ ନିବେଶ କରିବାର ଅନେକ ବିକଳ୍ପ ରହିଛି । ତେଣୁ ସମସ୍ତ ନିବେଶର ଭଲ ଓ ଖରାପ ଦିଗ, ରିଟର୍ଣ୍ଣକୁ ଠିକଭାବେ ସମୀକ୍ଷା କରି ଆପଣ ଏ କ୍ଷେତ୍ରରେ ଆଗକୁ ଯାଇ ପାରିବେ । ତେବେ ଆପଣ ଯଦି ଜୀବନରେ କୋଟିପତି ହେବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଏକ ବଢ଼ିଆ ଅପ୍ସନ । ଏହି ସ୍କିମରେ ଦୈନିକ ମାତ୍ର ୪୧୬ ଟଙ୍କା ହିସାବରେ ବର୍ଷକୁ ୧.୫ ଲକ୍ଷ ନିବେଶ କରି ଜଣେ ୨୫ ବର୍ଷରେ ୭.୧ ସୁଧ ହାରରେ ଏକ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିପାରିବ ।

Get real time updates directly on you device, subscribe now.