ମାଟ୍ରିମୋନିଏଲ ସାଇଟ ପଡିଲା ମହଙ୍ଗା, କନ୍ୟା କରିଦେଲା ଏଭଳି କାଣ୍ଡ
ମାଟ୍ରିମୋନିଏଲ ସାଇଟ ଜରିଆରେ ବିବାହ କରି ଫସିଗଲେ ଯୁବକ
ଉତ୍ତରପ୍ରଦେଶ: ମାଟ୍ରିମୋନିଏଲ ସାଇଟ( ବାହାଘର ୱେବସାଇଟ ) ବିଷୟରେ ତ ସମସ୍ତେ ଜାଣିଥିବେ। ଏଥିରେ ବାହାଘର ପାଇଁ ଝିଅ ପୁଅ ଦେଖିବା ସହଜ ହୋଇଥାଏ। ସେହି ମାଟ୍ରିମୋନିଏଲ ସାଇଟକୁ ନେଇ ଏହି ଘଟଣା। ୟୁପିର ବରେଲୀରେ ରହୁଥିବା ଜଣେ ଯୁବକ ମାଟ୍ରିମୋନି ଜରିଆରେ ଜଣେ ଝିଅକୁ ବିବାହ କଲେ, ଯାହା ତାଙ୍କ ପାଇଁ ପଡିଗଲା ମହଙ୍ଗା।
ଉତ୍ତରପ୍ରଦେଶର ବରେଲୀରେ ବାହାଘର ପାଇଁ ସ୍ୱପ୍ନ ଦେଖୁଥିବା ଜଣେ ଯୁବକ ଅଭୟ ପରମାରଙ୍କୁ ମିଳିଲା ଧୋକା, ଯାହାକି ତାଙ୍କର ପୁରା ଜୀବନକୁ ବର୍ବାଦ କରିଦେଲା। ବାସ୍ତବରେ ଅଭୟ ପରମାର, ଶାଦୀ ଡଟ କମ ଜରିଆରେ ରିୟା ସିଂ ନାମକ ଜଣେ ଯୁବତୀଙ୍କ ପ୍ରୋଫାଇଲ ଦେଖିଲେ। ଦୁଇଜଣଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଗଲା ଏବଂ କିଛି ସମୟ ମଧ୍ୟରେ ସେମାନେ ପରସ୍ପର ସହିତ ନିବିଡ଼ ହୋଇଗଲେ।
11 ମାର୍ଚ୍ଚ 2024 ରେ ବରେଲୀରେ ଥିବା ମେଫେୟାର ଲନରେ ସେମାନେ ବିବାହ କରିଲେ। କିନ୍ତୁ ବାହାଘରର କିଛି ଦିନ ପରେ ରିୟାର ବ୍ୟବହାର ବହୁତ ଅଜବ ହେବାକୁ ଲାଗିଲା। ସେ ଛୋଟ ଛୋଟ କଥାରେ ରାଗିବା ଆରମ୍ଭ କଲା ଏବଂ ବହୁତ ଝଗଡ଼ା ମଧ୍ୟ କଲା। ତାର ବ୍ୟବହାର ଦେଖି ସ୍ୱାମୀ ଅଭୟ ସନ୍ଦେହ କରୁଥିଲେ ଯେ, ରିଆ ବୋଧହୁଏ ମାନସିକ ରୋଗୀ। କିନ୍ତୁ ତଥାପି ସେ ସମ୍ପର୍କକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ।
ଅଗଷ୍ଟ 12 ତାରିଖ ସକାଳେ ଅଭୟ ଉଠିଲା ବେଳକୁ ରିୟା ଘରେ ନଥିଲେ। ଯେତେବେଳେ ସେ ତାଙ୍କର ଆଲମାରୀ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଆଲମାରୀରୁ ୧୮.୫ ଲକ୍ଷ ଟଙ୍କାର ଅଳଙ୍କାର ଗାୟବ ଥିଲା। ଅଭୟ ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ଆଣିବାକୁ ରିୟାଙ୍କ ଘର ନର୍ମଦାପୁରମ ଗଲେ ସେତେବେଳେ ରିୟାର ସମ୍ପର୍କୀୟ ଭାଇ ରିଷଭ ଚୌହାନ ତାଙ୍କୁ ତାଙ୍କ ମାମୁଁଙ୍କ ଘରକୁ ଡାକି ନେଇ ପିସ୍ତଲ ଦେଖାଇ ଧମକ ଦେଇଥିଲେ। କହିଥିଲେ ଯେ, ରିୟାଙ୍କ ଠାରୁ ଏବଂ ତାଙ୍କ ପରିବାର ଠାରୁ ଦୁରେଇ ରୁହ।
ଅଭୟ ତାଙ୍କ ସ୍ତ୍ରୀକୁ ବୁଝାଇ ଘରକୁ ଫେରାଇ ନେଇଯିବାକୁ ବହୁତ ଚେଷ୍ଠା କଲେ କିନ୍ତୁ ରିୟା ଅଧିକ ହିଂସ୍ର ହୋଇ ଅଭୟଙ୍କୁ ଧମକ ଦେବା ଆରମ୍ଭ କରିଦେଲା। କହିଲା ମୋତେ 50ଲକ୍ଷ ଦିଅ ନହେଲେ ମୁଁ ତୁମକୁ ମିଛ କେସରେ ଫସାଇଦେବି।
ଶେଷରେ ଅଭୟ ଆଉ ସହି ନପାରି ଥାନାରେ ଅଭିଯୋଗ କରିଥିଲେ। ଅଭୟଙ୍କ ଅଭିଯୋଗ ଅନୁସାରେ, ରିୟା ତାଙ୍କ ସମ୍ପର୍କୀୟ ଭାଇ ରିଷଭଙ୍କ ସହ ଅବୈଧ ସମ୍ପର୍କ ରଖିଛନ୍ତି। ସେ ରିଷଭଙ୍କ ସହିତ ରହିବାକୁ ଚାହୁଁଥିଲେ, ତେଣୁ ଏହି ଷଡ଼ଯନ୍ତ୍ର ସେ ରଚିଥିଲେ।
ଗୋଟେ ଥର ଫ୍ଲାଟରେ ଥିବା ସମୟରେ ରିଆ ଏବଂ ରିଷଭ ମିଶି ଅଭୟଙ୍କୁ ଏକ ବାଡ଼ିରେ ବାଡେଇଥିଲେ, ଯାହା ଫଳରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଅଭୟ ବାରାଦରି ପୋଲିସ ଷ୍ଟେସନରେ ଏକ ରିପୋର୍ଟରେ ଲେଖିଛନ୍ତି ଯେ, ମତେ ନ୍ୟାୟ ଦିଆଯାଉ। ରିୟା ଏବଂ ତାଙ୍କ ଭାଇଙ୍କୁ ଠକେଇ, ଧମକ, ଆକ୍ରମଣ ଅଭିଯୋଗରେ ଆରେଷ୍ଟ କରି ଦଣ୍ଡ ଦିଆଯାଉ।