fbpx

ଆପଣଙ୍କ ଗାର୍ଲଫ୍ରେଣ୍ଡ ଆପଣଙ୍କୁ ସତରେ ଭଲ ପାଉଛନ୍ତି ତ ? ଜାଣିବେ କିପରି…

ପଣଙ୍କ ପାର୍ଟନର ଅପଣଙ୍କ ସାମ୍ନାରେ ଆପଣଙ୍କୁ ଭଲ ପାଇବାର ଅଭିନୟ କରୁଛନ୍ତି କି । ତେବେ ସତର୍କ ହେଇ ଯାଆନ୍ତୁ । କାରଣ ଏପରି ବି ହୋଇପାରେ ଯୁବତୀଜଣକ ଆପଣଙ୍କୁ ୟୁଜ୍ କରିବା ପାଇଁ ବଏଫ୍ରେଣ୍ଡ କରିଥାଇ ପାରନ୍ତି । ତାଙ୍କର ଏପରି ସଙ୍କେତରୁ ଆପଣ ବି ବୁଝି ପାରିବେ…
ଇନ୍‌ଭେଷ୍ଟମେଣ୍ଟ ପାଇଁ ବାଧ୍ୟ କରିବା
କଣ ଆପଣଙ୍କ ଗାର୍ଲଫ୍ରେଣ୍ଡ ଆପଣଙ୍କ ସାଲାରି ବିଷୟରେ ବାରମ୍ବାର ଆପଣଙ୍କ ସହ ଆଲୋଚନା କରୁଛନ୍ତି କି ? ନିଜର କିଛି ଇନ୍‌ଭେଷ୍ଟମେଣ୍ଟ ପାଇଁ ପଇସା ମାଗୁଛନ୍ତି କି ? ଏପରି କ୍ଷେତ୍ରରେ ଟିକିଏ ଆଲର୍ଟ ହୋଇ ଯାଆନ୍ତୁ । ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ଇଣ୍ଟେସନ୍ କ’ଣ ରହିଛି ତାହା ବିଷୟରେ ଟିକେ ଚିନ୍ତା କରନ୍ତୁ । ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ତାଙ୍କ ପାଇଁ ନିଜ ଉପରେ ଫାଇନାନ୍ସିଆଲ୍ ବର୍ଡନ ନ ପକାଇବାକୁ ଚେଷ୍ଟା କରନ୍ତୁ ।
ଦାମୀ ରେଷ୍ଟୁରାଣ୍ଟ ଯିବାକୁ ଡିମାଣ୍ଡ କରିବା
ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ୍ ଆପଣଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବାର ବାହାନା ଦେଖାଇ ଆପଣଙ୍କୁ ଲଞ୍ଚ୍ ଓ ଡିନର ପାଇଁ ଦାମୀ ରେଷ୍ଟୁରାଣ୍ଟକୁ ଯିବାକୁ ଅଧିକାଂଶ ସମୟରେ ବାଧ୍ୟ କରୁଥାନ୍ତି । ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଟ୍ରିପରେ ଯିବାକୁ ବାଧ୍ୟ କରୁଥାନ୍ତି । ତେବେ ଏହି ସଂଙ୍କେତ ଦର୍ଶାଉଛି ଯେ, ତାଙ୍କୁ କେବଳ ଆପଣ ନୁହେଁ, ଆପଣଙ୍କ ଟଙ୍କା ଭଲ ଲାଗିଥାଏ । ସେ ଆପଣଙ୍କ ଜରିଆରେ ତାଙ୍କ ଲାଇଫକୁ କମ୍ଫର୍ଟେବୁଲ୍ କରିବାକୁ ଚାହୁଁଛନ୍ତି ବୋଲି ବୁଝି ଯାଆନ୍ତୁ ।
ଅସନ୍ତୋଷ ବ୍ୟକ୍ତ କରି ମହଙ୍ଗା ଗିଫ୍ଟ ପାଇବାର ଲାଳସା
ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ୍ ଆପଣଙ୍କ ସହ କଥା କଥାରେ ଅସନ୍ତୋଷ ବ୍ୟକ୍ତ କରି ରାଗନ୍ତି ଓ ଋଷନ୍ତି ଏବଂ ଆପଣ କୌଣସି ମହଙ୍ଗା ଗିଫ୍ଟ ନଦେବା ପର୍ଯ୍ୟନ୍ତ ମାନନ୍ତି ନାହିଁ । ତେବେ ଏହା ଠିକ୍ କଥା ନୁହେଁ ବୋଲି ଜାଣି ନିଅନ୍ତୁ । ଏପରି କରି ସେ ଆପଣଙ୍କଠାରୁ ଦାମୀ ଗିଫ୍ଟ ଝଡ଼ାଇବାକୁ ଉଦ୍ୟମ କରିଥାଇ ପାରନ୍ତି ବୋଲି ଭାବି ନିଅନ୍ତୁ । ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ଏପରି ଆଚରଣ ଦର୍ଶାଉଛି ଯେ, ସେ କେବଳ ଆପଣଙ୍କ ଟଙ୍କା ଓ ଗିଫ୍ଟକୁ ଭଲ ପାଉଛନ୍ତି ।
ଅନ୍ୟମାନଙ୍କ ସହ ଫ୍ଲର୍ଟ କରିବା
ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ଆପଣଙ୍କ ଫ୍ରେଣ୍ଡ୍ ସର୍କଲରେ ଥିବା ମେଲ୍ ଫ୍ରେଣ୍ଡସ୍ କିମ୍ବା ଅନ୍ୟ କୌଣସି ଧନଶାଳୀ ଯୁବକଙ୍କ ସହ ଫ୍ଲର୍ଟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ତେବେ ସେହି ବିଷୟରୁ ଜାଣି ନିଅନ୍ତୁ ଯେ, ସେ ଆପଣଙ୍କୁ ଭଲ ପାଉ ନାହାନ୍ତି । ଆପଣଙ୍କ ଜରିଆରେ ସେ କେବଳ ତାଙ୍କ ଡିମାଣ୍ଡ ପୁରା କରୁଛନ୍ତି ।

Get real time updates directly on you device, subscribe now.