fbpx

ହ୍ୟାକ ହୋଇପାରେ ଆପଣଙ୍କ Whatsapp Accont: ୩ଟି ଉପାୟରେ ବଢାନ୍ତୁ Security

ନୂଆଦିଲ୍ଲୀ: ବର୍ତ୍ତମାନ ସାରେ ଦେଶରେ ବଢିବାରେ ଲାଗିଛି ସାଇବର କ୍ରାଇମ । ଗୁଗଲ ଆକାଉଣ୍ଟରୁ ଆରମ୍ଭ କରି ହ୍ୱାଟ୍ସଆପ୍ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଥିରେ ପଶି ସାଇବର ଠକ ଡାଟା ଚୋରି କରିବାକୁ ସକ୍ଷମ ହେଉଛନ୍ତି । ବିଶେଷ କରି ହବ୍ାଟ୍ସଆପ୍ ସ୍କାମ ଚିନ୍ତାର କାରଣ ପାଲଟିଛି । ତେଣୁ ଏସବୁ ସାଇବର କ୍ରାଇମରୁ ୟୁଜରମାନଙ୍କୁ ସୁରକ୍ଷା ଦେବା ପାଇଁ କମ୍ପାନୀ ତରଫରୁ ଆପ୍ ସହ ବିଭିନ୍ନ ସେଫ୍ଟି ଫିଚର ମଧ୍ୟ ଉପଲବ୍ଧ କରିଥାଏ । ଏସବୁକୁ ଅନ୍ କରି ରଖିବା ଦ୍ୱାରା ୟୁଜର ବିଭିନ୍ନ ପ୍ରକାରର ସ୍କାମରୁ ରକ୍ଷା ପାଇବା ସହିତ ନିଜ ଆକାଉଣ୍ଟକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ନିମ୍ନଲିକିତ ୩ଟି ଉପାୟ ଏଥିପାଇଁ ଆପଣଙ୍କୁ ଖୁବ ସାହାଯ୍ୟ କରିପାରିବ ।

୬ ଡିଜିଟ ଭେରିଫିକେସନ୍ କୋଡ ସେୟାର କରନ୍ତୁ ନାହିଁ: ନୂଆ ଡିଭାଇସରେ ହ୍ୱାଟ୍ସଆପ୍ ଆକାଉଣ୍ଟ ରେଜିଷ୍ଟର କରିବା ପାଇଁ ୟୁଜରଙ୍କୁ କମ୍ପାନୀ ତରଫରୁ ୬ ଡିଜିଟ କୋଡ ଦେଇଥାଏ । ଯଦି ଏହି କୋଡ କୌଣସି ସାଇବର ଠକ ।ତରେ ପଡ଼ିଯାଏ, ତେବେ ହ୍ୟାକର ଆପଣଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିପାରେ । ଏହାସହିତ ଆପଣଙକ ଆକାଉଣ୍ଟ ଅନ୍ୟ କୌଣସି ଡିଭାଇସରେ ଖୋଲା ନ ରହୁ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଯଦି ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଏ, କିମ୍ବା ଏହାକୁ ଅନ୍ୟ କେହି ବ୍ୟବହାର କରୁଛନ୍ତି, ତେବେ ଯଥାଶୀଘ୍ର ଏହାକୁ ରି-ରେଜିଷ୍ଟର କରିନେବା ଉଚିତ୍ । ଏହାଦ୍ୱାରା ମେଟା ଆପଣଙ୍କ ଆକାଉଣ୍ଟକୁ ଅନ୍ୟ ସମସ୍ତ ଡିଭାଇସରୁ ଲଗ୍ ଆଉଟ୍ କରିଦେବ । ଫଳରେ ହ୍ୟାକର୍ସମାନେ ୟୁଜରଙ୍କ ପୁରୁଣା ଚାଟ୍ ନିକଟରେ ପହଞ୍ଚି ପାରିବେ ନାହିଁ ।

ଅନେକ ଲୋକ ହ୍ୱାଟ୍ସଆପ ଅଫିସିଆଲ ବ୍ୟବହାର କରିନାହାନ୍ତି, ଏହା ପରିବର୍ତ୍ତେ ସେମାନେ ଜିବିହ୍ୱାଟ୍ସଆପ୍ୱା ଅନ୍ୟ ଥାର୍ଡ ପାର୍ଟି ଆପ୍ ବ୍ୟବହାର କରିଥାନ୍ତି । ଥାର୍ଡ ପାର୍ଟି ଆପ୍ ୟୁଜରଙ୍କ ବ୍ୟକ୍ତିଗତ ଡାଟାକୁ ଏକ୍ସପୋଜ୍ କରିପାରେ ଏବଂ ଆପଣଙ୍କ ଆକାଉଣ୍ଟ ହ୍ୟାକ ହେବାର ସମ୍ଭାବନା ମଧ୍ୟ ବଢିଯାଏ । ତେଣୁ ମେଟାର ଅଫିସିଆଲ ହ୍ୱାଟ୍ସଆପ୍ ବ୍ୟବହାର କରିବା ପାଇଁ ୟୁଜରମାନଙ୍କୁ ପରାମର୍ଶ ଦେଉଛି ମେଟା କମ୍ପାନୀ ।

Get real time updates directly on you device, subscribe now.