fbpx
BJD
BJD SKY
BJD SKY

ତାତିଲା ଯୁବ କଂଗ୍ରେସ, ପେଟ୍ରାଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଦେଶ ଯୁବ କଗ୍ରେଂସ ସଭାପତି ପକ୍ଷରୁ ଦର ବୃଦ୍ଧିର ତୀବ୍ର ପ୍ରତିବାଦ କରାଯାଇଛି । ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ୱାନରେ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ନେତା ରିତୁଲ ମହାରଣାଙ୍କ ନେତୃତ୍ୱରେ ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ସାେଇକଲ ଶୋଭାଯାତ୍ରା ବାହାରି ବରମୁଣ୍ଡା ବସ୍ ଷ୍ଟାଣ୍ଡ ଛକରେ ପହଞ୍ଚିଥିଲା । ମଟର ସାଇକେଲକୁ ମର ଶରୀରରେ ସଜେଇବା ସହ ଏହାକୁ କୋକେଇରେ ରଖି ପରିକ୍ରମା କରାଯାଇଥିଲା । ଏପରିକି ପରେ ମଟର ସାଇକେଲକୁ ପୋଡ଼ି ଦିଆଯାଇଥିଲା । ଏଭଳି ଢଙ୍ଗରେ ଦର ବୃଦ୍ଧିର ପ୍ରତିବାଦ କରିଛି ଯୁବ କଂଗ୍ରେସ ।

ସମ୍ପ୍ରତି ସମଗ୍ର ଦେଶ କରୋନା କବଳରୁ ମୁକ୍ତ ହୋଇ ନଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ –ଡିଜେଲ୍ ଦର ବୃଦ୍ଧି କରିଚାଲିଛନ୍ତି । ପ୍ରାୟ ସବୁ ସ୍ଥାନରେ ୧୦୦ ଉପରେ ପାର୍ କଲାଣି ଦର । ସେହିପରି ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ଘଟିଛି । ଜନତାଙ୍କ ସ୍ୱାଥର୍କୁ ଭୁଲି ସରକାର ଟିକସ ଆଳରେ ଦଳୀୟ ପାଣ୍ଠିକୁ ମଜଭୁତ କରୁଛନ୍ତି ବୋଲି ଯୁବ କଂଗ୍ରେସ ନେତା ରିତୁଲ ମହାରଣା ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳର ସରକାର ମଧ୍ୟ ଭ୍ୟାଟ୍ ନକମାଇ ଜନବିରୋଧୀ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିବା ସହ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲା ଯୁବ କଂଗ୍ରେସ । ସେହିପରି ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହୋଇଥିବାବେଳେ ପେଟ୍ରୋଲିଅମ୍ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ଲୋକଲୋଚନକୁ ଆସିଛି । ତେବେ ନୂତନ ମନ୍ତ୍ରୀ ହରଦୀପ ସିଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାମ କରିବେ ନା ଦଳୀୟ ପାଣ୍ଠି ପାଇଁ ତାକୁ ନେଇ ପ୍ରଶ୍ନ କରିଛନ୍ତି ରିତୁଲ ମହାରଣା । ବିକ୍ଷୋଭ ସମାବେଶରେ ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ ଓ ଆଶୁତୋଷ ଲେଙ୍କାଙ୍କ ସହ ବହୁ ଯୁବ ନେତା ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.