fbpx

ଏହା କ’ଣ ନାଗୁଣୀର ପ୍ରତିଶୋଧ: ରାତିରେ କଳା ନାଗକୁ ପିଟିପିଟି ମାରିଦେଲା ଯୁବକ, ସକାଳୁ ପିତା ଦେଖିଲେ ପୁଅ ମରି ଶୋଇଛି

ନୂଆଦିଲ୍ଲୀ: ନାଗ ସାପ ନାଁ ଶୁଣିଲେ ସମସ୍ତଙ୍କର ଦେହରେ ଏକ ଭୟର ଶିହରଣ ଖେଳିଯାଏ । ତେବେ ନାଗକୁ ମାରିଲେ ନାଗୁଣୀ ପ୍ରତିଶୋଧ ନେଇଥାଏ ବୋଲି କୁହାଯାଏ । ଏହାର ଏକ ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ବୁନ୍ଦେଖଲସ୍ଥିତ ମହୋବା ଜିଲ୍ଲାରେ ଜଣେ ଯୁବକ ନାଗୁଣୀ ଦଂଶନରେ ମୃତ୍ୟୁବରଣ କରିଥିବା ଚାରିଆଡ଼େ ଚର୍ଚ୍ଚା ହେଉଛି ।

ତେବେ ଏନେଇ ମୃତ ଯୁବକଙ୍କ ପରିବାରବର୍ଗ କହିଛନ୍ତି, ପୂର୍ବ ରାତିରେ ତାଙ୍କ ପୁଅ ପଡ଼ୋଶୀ ଘରରୁ ବାହାରିଥିବା ଏକ ନାଗକୁ ମାରିଦେଇଥିଲା । ବୋଧହୁଏ ନାଗ ମୃତ୍ୟୁର ପ୍ରତିଶୋଧ ନେଇ ନାଗୁଣୀ ଏପରି କରିଛି । ଅନ୍ୟପକ୍ଷରେ ମୃତ୍ୟୁର କାରଣ ଜାଣିବା ପାଇଁ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି ।

୨୪ ବର୍ଷୀୟ ଯୁବକ ପ୍ରଦୀପ କୁମାର ପୂର୍ବ ରାତିରେ ଏକ କଳାନାଗକୁ ପିଟିପିଟି ମାରି ଦେଇଥିଲେ । ଏହାପରେ ସେ ଘରକୁ ଆସି ଶୋଇ ଯାଇଥିଲେ । ସକାଳୁ ତାଙ୍କର ପିତା ଦେଖନ୍ତି ତ ପ୍ରଦୀପ ଶେଯରୁ ଉଠୁନାହାନ୍ତି । ଏହାପରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷିତ କରିଥିଲେ । ତେବେ ଏହା ନାଗୁଣୀର ପ୍ରତିଶୋଧ ବୋଲି ପ୍ରଦୀପଙ୍କ ପରିବାର ଲୋକେ କହୁଥିବା ବେଳେ ଏହି ଘଟଣାଟି ଏବେ ଚାରିଆଡ଼େ ବ୍ୟାପି ଯାଇଛି ।

Get real time updates directly on you device, subscribe now.