fbpx

କାନରେ ଫାଟିଗଲା Bluetooth, ଚାଲିଗଲା ଜୀବନ

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି Bluetooth ଇଅର୍ ଫୋନ୍ ଲଗାଉଥିଲେ ପୂରା ସତର୍କ ହୋଇଯାଆନ୍ତୁ । କାରଣ କେତେବେଳେ ଏହା ବିସ୍ଫୋରଣ ମଧ୍ୟ ହୋଇପାରେ । ଏଭଳି ଏକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି ।

ସୂଚନା ଅନୁସାରେ ଯୁବକ ଜଣଙ୍କ କାନରେ Bluetooth ଇଅର୍ ଫୋନ୍ ଲଗାଇ ଗୀତ ଶୁଣୁଥିଲେ । ହେଲେ ହଠାତ୍ ଇଅରଫୋନଟି ଫାଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ରାଜସ୍ଥାନର ଜୟପୁରରେ ଏଭଳି ଦୁର୍ଘଟଣା ଘଟିଛି । କାନରେ ଉକ୍ତ ଇଅରଫୋନ୍ ଥିବାବେଳେ ହଠାତ୍ ବିସ୍ଫୋରଣ ଘଟିବା ଫଳରେ ଯୁବକ ଜଣଙ୍କ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି । ମୃତକ ଜୟପୁର ଚଉମୁ ଅନ୍ତର୍ଗତ ଉଦଇପୁରିଆ ଗାଁର । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସିଦ୍ଧିବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ ପ୍ରାଣ ହରାଇଥିଲେ ।

ବୋଧହୁଏ ଦେଶର ଏହା ପ୍ରଥମ ଘଟଣା ବୋଲି ଡାକ୍ତର କହିଛନ୍ତି । ପରିବାର ଲୋକ କହିଛନ୍ତି ଯେ ଇଅରଫୋନ୍ ବିସ୍ଫୋରଣ ବେଳେ ସେ ରୁମରେ ଏକୁଟିଆ ଥିଲେ । ତାଙ୍କ ପରିବାର ଲୋକେ ପାଖରେ ଥିବା କ୍ଷେତକୁ ଚାଲି ଯାଇଥିଲେ । ଯୁବକଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଥିଲେ ।

Get real time updates directly on you device, subscribe now.