fbpx

(Video) ଷ୍ଟେଜରେ ନାଚୁଥିଲେ ସାହୁ ଭାଉଜ: ଅସମ୍ଭାଳ ଭିଡ଼କୁ ନେଇ ଆରମ୍ଭ ହେଲା ବିବାଦ, ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଡିଜିଟାଲ ଜମାନାରେ ଦର୍ଶକଙ୍କ ମୋବାଇଲ ଫୋନକୁ କ୍ଷଣିକ ମଧ୍ୟରେ ପ୍ରତ୍ୟେକ ଖବର ପହଞ୍ଚି ଯାଉଛି । ଏହାଫଳରେ କିଛି ଅଭିନେତା, ଅଭିନେତ୍ରୀ, ରିଲ୍ସ କରୁଥିବା ଯୁବକ, ଯୁବତୀ ଖୁବ୍ ଅଳ୍ପ ସମୟ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିପାରୁଛନ୍ତି । ତେବେ ୟୁଟ୍ୟୁବରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ସାହୁ ଭାଉଜଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ସାହୁ ଭାଉଜଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ କାରଣୁ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଆସିଛି ଏପରି ଏକ ଦୁଃଖଦ ଖବର । ଯାତ୍ରା ପାର୍ଟି ବିଶ୍ୱ ଦରବାରରେ ସାହୁ ଭାଉଜଙ୍କ ଡ୍ୟାନ୍ସ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଓ ସବୁ ଟିକେଟ୍ ସରିଯାଇଥିଲା । ଫଳରେ ଆଗ ସିଟରେ କିଏ ବସିବ ତାହାକୁ ନେଇ କିଛି ଦର୍ଶକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଆଉ ସେହି ଝଗଣାରେ ଜଣେ ଯୁବକଙ୍କର ଜୀବନ ଚାଲିଯାଇଥିଲା । ମୃତକଙ୍କ ବୟସ ମାତ୍ର ୨୨ ବର୍ଷ ବୋଲି ଜଣାପଡ଼ିଛି । ଆଗ ସିଟରେ ବସିବା ପାଇଁ ଯୁବକଙ୍କ ପେଟରେ ଆଉ ଜଣେ ଯୁବକ ଛୁରୀମାଡ଼ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.