fbpx
BJD SKY
BJD SKY

ଏମ୍.ପି.ଭି:- ୪୮ ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ।

BJD

ପଡିଆ,(ଆପ୍ର),୨୧/୦୩:- ମାଲକାନଗିରି ଜିଲ୍ଲା ଏମ୍.ଭି:- ୭୯ ଥାନା ଅନ୍ତର୍ଗତ ପଡିଆ ବ୍ଲକ ର ଗିରିକାନପାଲ୍ଲୀ ପଞ୍ଚୟତ ର ଏମ୍.ପି.ଭି:- ୪୮ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ରଞ୍ଜିତ ରାୟଙ୍କ ପୁଅ ବିପୁଲ ରାୟ (୩୨), ସେ ଆନ୍ଧ୍ରପ୍ରଦେଶ ରେ ଜଣେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ, ହେଲେ ଆଜି ସକାଳ ସମୟରେ ମହୁଲ ଫୁଲ ଗୋଟେଇଵା ଲାଗି କିଛି ଯୁଵକ ଜମି ଆଡେ ଯାଇଥିବା ସମୟରେ ଗୋଟିଏ ମହୁଲ ଗଛରେ ବିପୁଲ ଙ୍କ ଶବ ଝୁଲୁ ଥିବାର ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ । ଏହା ପରେ ପରିବାର ଲୋକ ଏବଂ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ।ଏହାପରେ ଏମ.ଭି:- ୭୯ ପୋଲିସ ଘଟଣା ସ୍ଥଳରେ ଶବକୁ ଉଦ୍ଧାର କରି ପୋଷ୍ଟମେଟମ ପାଇଁ ପଠାଇଛନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି । ଏମ.ଭି:- ୭୯ ଥାନା ଅଧିକାରୀ ଙ୍କ ସୂଚନା ଅନୁସାରେ ଥାନା ରେ ୟୁ.ଡି କେସ ନଂ ୭/୨୧ ରୁଜୁ କରି ଏହାର ଅଧିକ ତଦନ୍ତ ପାଇଁ ଏସ .ଆଇ ଗଣେଶ ଚନ୍ଦ୍ର ପଟ୍ଟନାୟକ ଙ୍କୁ ଦିଆଯାଇଛି । ଅପର ପକ୍ଷରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଵିପୁଲ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଛନ୍ତି । ବିପୁଲ ଙ୍କ ପରିବାର ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି ଓ ଏହାର ତଦନ୍ତ କରି ଏହି ଅସହାୟ ପରିବାର ଲୋକଙ୍କୁ ନ୍ୟାୟ ମିଳୁ ବୋଲି ଵିପୁଲଙ୍କ ଭିଣେଇ ଦାବି କରିଛନ୍ତି । ଏହିଭଳି ଘଟଣାରୁ ସ୍ଥାନୀୟ ଜନସାଧାରଣରେ ଏକ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.