fbpx

ୟୁଟ୍ୟୁବ କମେଣ୍ଟକୁ ନେଇ ଘମାଘୋଟ ଝଗଡା

Advertisement

ଭୁବନେଶ୍ୱର, ୨୭/୦୪: ୟୁଟ୍ୟୁବରେ ଏକ କମେଣ୍ଟକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅନ୍ୟ ଜଣେ ବ୍ୟକ୍ତି । ମାମଲା ଏବେ ଯାଇ ଖାରବେଳନଗର ଥାନା ରେ ପହଞ୍ଚିଛି ।
ଘଟଣା ଅନୁଯାୟୀ ୟୁଟ୍ୟୁବରେ ବ୍ୟକ୍ତି ଜଣକ ନକାରତ୍ମକ କମେଣ୍ଟ କରିଥିଲେ । ତେବେ ଏମିତି ନକରାତ୍ମକ କମେଣ୍ଟ କାହିଁକି କଲେ ବୋଲି ପ୍ରଯୋଜକ ତାଙ୍କୁ ପ୍ରଶ୍ୱ କରିଥିଲେ ବ୍ୟକ୍ତି ଜଣକ କହିଥିଲେ ସୋସିଆଲ ମିଡିଆରେ ଯେ କେହିବି ନିଜର ମତ ରଖିପାରେ ଏହା ତାଙ୍କର ଅଧିକାର । ଯାହାକୁ ନେଇ ସେମାନେ ଥାନାକୁ ମଧ୍ୟ ଯାଇଥିଲେ । ଥାନାରେ ମଧ୍ୟ ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ପାଟିତୁଣ୍ଡ ହୋଇଥିଲା ।
ଦୀର୍ଘ ସମୟ ପାଟିତୁଣ୍ଡ ପରେ ବ୍ୟକ୍ତି ଜଣକ ସେ କରିଥିବା କମେଣ୍ଟକୁ ଡିଲିଟ କରିବାକୁ ରାଜି ହୋଇଥିଲେ ଫଳରେ ଘଟଣାର ଆପୋଷ ସମାଧାନ ହୋଇଥିଲା ।

Get real time updates directly on you device, subscribe now.