fbpx

ଗୋଟିଏ ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ ଦୁଇ ଭାଇ, ଜାଣନ୍ତୁ ଏହା ପଛର ଇତିହାସ

ନୂଆଦିଲ୍ଲୀ: ଯୁଦ୍ଧରେ ଦୁଇ ଭାଇ ଗୋଟିଏ ପକ୍ଷରୁ ଲଢ଼ିବା କଥା ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କେବେ ଦୁଇ ଭାଇ ପ୍ରତିପକ୍ଷ ଭାବେ ଲଢ଼ିବା କଥା ଶୁଣିଛନ୍ତି କି? ଏହା ପୁଣି କୋଉ ବିଦେଶର ଘଟଣା ନୁହେଁ । ଆଉ ଏହି କାହାଣୀ ଆରମ୍ଭ ହୋଇଥିଲା ଦେଶ ବିଭାଜନ ପୂର୍ବରୁ ।

ସେହି ଦୁଇ ଭାଇ ହେଉଛନ୍ତି ୟୁନୁସ ଖାନ୍ ଏବଂ ୟାକୁବ୍ ଖାନ୍ । ଦୁହେଁ ଭାରତୀୟ ସେନାରେ ଅଫିସର ଭାବରେ କାମ କରୁଥିଲେ । ଉଭୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଲଢ଼ିଥିଲେ । ବିଭାଜନ ପୂର୍ବରୁ ଉଭୟ ମେଜର ଭାବରେ କାମ କରୁଥିଲେ । ୟୁନୁସ ଇଣ୍ଡିଆକୁ ବାଛିଥିବାବେଳେ ୟାକୁବ ପାକିସ୍ତାନକୁ ବାଛିଥିଲେ ଏବଂ ଉଭୟ ଉଭୟଙ୍କର ସେନାରେ ଯୋଗଦେଇଥିଲେ ।

ଏକ ବର୍ଷ ମଧ୍ୟରେ ଉଭୟ ପ୍ରଥମ ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ । ସେମାନେ ପରସ୍ପର ଉପରକୁ ଗୁଳି ବର୍ଷା କରିଚାଲିଥିଲେ । ଏପରିକି ୟୁନୁସ ୟାକୁବଙ୍କୁ କ୍ଷତାକ୍ତ ମଧ୍ୟ କରିଦେଇଥିଲେ ଏବଂ ତାଙ୍କୁ ସାହାସିକତାର ସହ ଲଢ଼ିବାକୁ ମଧ୍ୟ କହିଥିଲେ । ଏହାପରେ ସେନାରେ ଥିବା କାରଣରୁ ସେମାନେ ଉଭୟ କିଛି ସମୟ ଧରି ପରସ୍ପରକୁ ସମ୍ପର୍କ ମଧ୍ୟ କରିନଥିଲେ । ଏପରିକି ଯେତେବେଳେ ୧୯୬୦ରେ ପାକିସ୍ତାନରେ ୟାକୁବ ଜଣେ ଭାରତୀୟ ମହିଳା ଟୁବା ଖଲିଲି(କଲିକତା)ଙ୍କୁ ବିବାହ କରିଥିଲେ । ସେତେବେଳେ ୟୁନୁସ କେବଳ ତାଙ୍କୁ ଏକ ଚିଠି ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।

୧୯୬୫ରେ ୟାକୁବ ପାକିସ୍ତାନରେ ସଶସ୍ତ୍ର ବିଭାଗ ସମ୍ଭାଳୁଥିବାବେଳେ ୟୁନସ ସେତେବେଳେ କର୍ଣ୍ଣେଲ ପଦରୁ ଅବସର ନେଇସାରିଥିଲେ । ଏହାପରେ ଉଭୟ ଭାଇ ୧୯୮୨ ରେ ପୁଣି ଭେଟ ହୋଇଥିଲେ । ସେମାନେ ଏକ ସରକାରୀ କାର୍ଯ୍ୟରେ ଦିଲ୍ଲୀରେ ଭେଟ ହୋଇଥିଲେ । କିନ୍ତୁ ସେମାନେ ୧୯୪୮ ମସିହାରେ ହୋଇଥିବା ଆମ୍ନାସାମ୍ନି ପିଷୟରେ ପଦେ ବି କଥା ହୋଇନଥିଲେ ।

ଦୁଇ ଭାଇଙ୍କ କାହାଣୀ ଯେଉଁମାନେ ଭିନ୍ନ ଭିନ୍ନ ରାସ୍ତା ବାଛିଥିଲେ । ସେମାନେ ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ ସହ ଏହାର ମାନେ ନୁହେଁଯେ ସେମାନେ କଦାପି ପରିବାର ହୋଇପାରିବେ ନାହିଁ । ଉଭୟ ନିଜ ନିଜ ଦେଶ ପାଇଁ ସେବା କରିଥିଲେ । ଉଭୟ ନିଜ ଲୋକଙ୍କ ପାଇଁ ହିରୋ ବନିଥିଲେ । ଉଭୟ ଭାଇ ପରସ୍ପରଠାରୁ ଦୂରରେ ଥିଲେ ବି କେବେବି ପରସ୍ପରକୁ ଭୁଲିନଥିଲେ ।

Get real time updates directly on you device, subscribe now.