fbpx
BJD SKY
BJD SKY

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଇନଷ୍ଟାଗ୍ରାମରେ ଜଣାଇଲେ ଏହି ଖୁସି ଖବର

BJD

ଓଡିଶା ଭାସ୍କର; ଭାରତୀୟ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ଯୁବରାଜ ସିଂ ପତ୍ନୀ ହାଜେଲ କିଚଙ୍କ ସହ ତାଙ୍କ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି । ନିଜର ଇନଷ୍ଟାଗ୍ରାମରେ ସେ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଏହି ଖବରଟି ସେୟାର ହେବା ପରଠାରୁ ଅନେକ ଜଣ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯୁବରାଜ ସିଂ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଆମର ଛୋଟ ରାଜକୁମାରୀ ଆରାଙ୍କୁ ସ୍ୱାଗତ କରିବା ଏବଂ ଆମ ପରିବାରକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଦ୍ରାହୀନ ରାତି ଅଧିକ ଆନନ୍ଦଦାୟକ ହୋଇଛି । ଯୁବରାଜ ତାଙ୍କ ଶିଶୁ କନ୍ୟାଙ୍କୁ କୋଳରେ ଧରି ଏକ ଫଟୋ ସେୟାର କରିଥିବାବେଳେ ହାଜେଲ କିଚ ପୁଅ ଓରିଅନ କିଚ ସିଂଙ୍କୁ ଧରିଥିବାର ଦେଖିବାକୁ ମିଳିଛି । କିଛି ସମୟ ତଳେ ଇନଷ୍ଟାଗ୍ରାମରେ ଏହି ପୋଷ୍ଟଟି ସେୟାର ହୋଇଥିବା ବେଳେ ଏଥିରେ ଲକ୍ଷାଧିକ ସଂଖ୍ୟାର ଲାଇକ ସାଙ୍ଗକୁ ବହୁ ସଂଖ୍ୟାର ଶୁଭେଚ୍ଛା କମେଣ୍ଟ ଦେଖିବାକୁ ମିଳୁଛି ।

ସୂଚନା ଥାଉକି, ବାମହାତୀ ତାରକା ବ୍ୟାଟ୍ସମ୍ୟାନ ଯୁବରାଜ ୨୦୧୨ରେ କ୍ୟାନ୍‌ସର ରୋଗରୁ ମୁକ୍ତି ପାଇବା ପରେ ନଭେମ୍ବର ୨୦୧୫ରେ ହେଜେଲ କିଚଙ୍କୁ ଭେଟିଥିଲେ। ଏକ ବର୍ଷ ପରେ ନଭେମ୍ବର ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୪୦ ବର୍ଷ ବୟସରେ ଯୁବରାଜଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଯୁବରାଜ ତାଙ୍କର ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୪୦୨ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ୧୧୭୭୮ ରନ ସ୍କୋର କରିଥିଲେ। ଯୁବରାଜ ୧୭ ଶତକ ଏବଂ ୭୧ ଅର୍ଦ୍ଧଶତକ ଏହି ସମୟ ମଧ୍ୟରେ ହାସଲ କରିଥିଲେ। ସେ ବୋଲିଂରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ ଏବଂ ୧୪୮ ଉଇକେଟ ନେଇଥିଲେ।

 

 

Get real time updates directly on you device, subscribe now.