fbpx

IPL record Alert; ୟୁଜବେନ୍ଦ୍ର ଚହଲ ରଚିଲେ ନୂଆ ଇତିହାସ: ପଛରେ ପଡିଗଲେ ଧୋନୀଙ୍କ ଷ୍ଟାର ବୋଲର

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଥ୍ରିଲର ମ୍ୟାଚରେ ପରାସ୍ତ ହୋଇଛି ରାଜସ୍ଥାନ ରୋୟଲ୍ସ । କିନ୍ତୁ ଏହି ମ୍ୟାଚରେ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ଏକ ଇତିହାସ ଲେଖି ଦେଇଛନ୍ତି । ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ୨୯ ରନ୍ ଦେଇ ୪ଟି ୱିକେଟ ହାସଲ କରିଛନ୍ତି ଚହଲ । ଏହାସହିତ ସେ ପାଲଟି ଯାଇଛନ୍ତି ଆଇପିଏଲର ସର୍ବଶ୍ରେଷ୍ଠ ବୋଲର । ଏହି ତାଲିକାରେ ମହେନ୍ଦ୍ର ସିଂହ ଧୋନୀଙ୍କ ଷ୍ଟାର ବୋଲର ତଥା ଚଳିତ ବର୍ଷର ବୋଲିଂ କୋଚ୍ ଡ୍ୱେନ ବ୍ରାଭୋଙ୍କୁ ପଛରେ ପକାଇ ଦେଇଛନ୍ତି ।

Yuzvendra Chahal Equals Dwayne Bravo's Record: Here Are Highest Wicket-takers In IPL, In PICS | News | Zee News

ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚରେ ୪ଟି ୱିକେଟ ସହ ଚହଲ ଆଇପିଲରେ ନିଜର ୧୮୩ତମ ଶିକାର କରିଛନ୍ତି । ତେବେ ଏହା ସହିତ ସେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଷ୍ଟାର ବୋଲର ଡ୍ୱେନ ବ୍ରାଭୋଙ୍କ ରେକର୍ଡ ସହ ସମାନ୍ତର ହୋଇଛନ୍ତି । ଏହି ମ୍ୟାଚ ପର୍ଯ୍ୟନ୍ତ ବ୍ରାଭୋ ଲିଗର ସର୍ବଶ୍ରେଷ୍ଠ ବୋଲର ଭାବେ ୧୮୩ଟି ୱିକେଟ ନେଇଥିଲେ । ତେବେ ଉଭୟଙ୍କର ୱିକେଟ ସମାନ ହୋଇଥିବା ବେଳେ ଚହଲ ଇକୋନୋମୀ ରେଟ ଅନୁସାରେ ବ୍ରାଭୋଙ୍କୁ ପଛରେ ପକାଇ ଟପ୍ ରେ ପହଞ୍ଚିଯାଇଛନ୍ତି । ତେବେ ଏହି ଉପଲବ୍ଧି ପାଇବା ପାଇଁ ବ୍ରାଭୋଙ୍କୁ ୧୪୨ଟି ଇନିଂସ ଲାଗିଥିବା ବେଳେ ସେ ୭.୬୫ ଇକୋନୋମୀରେ ୧୬.୯୪ ଷ୍ଟ୍ରାଇକେ ରେଟ ସହ ସର୍ବାଧିକ ୱିକେଟ ନେଇଛନ୍ତି । ଅନ୍ୟ ପକ୍ଷରେ ବ୍ରାଭୋ ୧୬୧ଟି ମ୍ୟାଚ ଖେଳି ୮.୩୮ ଇକୋନୋମୀରେ ବୋଲିଂ କରି ଏହି ସଫଳତା ହାସଲ କରିଛନ୍ତି ।

ଆଇପିଏଲରେ ସର୍ବାଧିକ ୱିକେଟ ନେବା ତାଲିକାରେ ଟପ୍-୫ ରୁ ୪ ଜଣ ଭାରତୀୟ ରହିଛନ୍ତି । ତେବେ ଏହି ତାଲିକାରେ ଭାରତୀୟ ସ୍ପିନର ରାଜ୍ କରୁଥିବା ଦେଖିବାକୁ ମିଳିଛି । ଏକମାତ୍ର ଫାଷ୍ଟ ବୋଲର ଭାବରେ ଡ୍ୱେନ ବ୍ରାଭୋ ଏହି ଲିଷ୍ଟରେ ସାମିଲ ରହିଛନ୍ତି । ଚହଲ ଏବଂ ବ୍ରାଭୋଙ୍କ ବ୍ୟତୀତ ପୀୟୁଷ ଚାୱଲା, ଅମିତ ମିଶ୍ରା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.