fbpx

ଜିମ୍ବାୱେ ଦେଖିଲା ଭାରତର ଅସଲ ରୂପ: ଅଭିଷେକଙ୍କ ‘ଶତକ’ରେ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ଖେଳାଳି ଏବେ ନିଜ ଫର୍ମକୁ ଫେରିଛନ୍ତି । ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡଙ୍କ ଧୂଆଁଦାର ବ୍ୟାଟିଂ ପରେ ଦମଦାର ବୋଲିଂରେ ଭାରତ ଜିମ୍ବାୱେକୁ ଚକମା ଦେଇଛି । ପ୍ରଥମ ମ୍ୟାଚର ପରାଜୟକୁ ୨୪ ଘଣ୍ଟା ପୂରିବା ପୂର୍ବରୁ ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ଅଭିଷେକଙ୍କ ଦମଦାର ଶତକ, ଋତୁରାଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ରିଙ୍କୁ ସିଂହଙ୍କ ବ୍ୟାଟିଂ ବଳରେ ଏକ ବିଶାଳ ଲକ୍ଷ୍ୟ ଦେଇଥିଲା ଭାରତ । ଏହାପରେ ଷ୍ଟାର ବୋଲର ମୁକେଶ କୁମାର ଏବଂ ଆଭଶେ ଖାନଙ୍କ ଖତରନାକ ସ୍ପେଲ ଆଗରେ ଫେଲ ମାରିଛି ଜିମ୍ବାେଓ୍ବ । ଫଳରେ ୧୦୦ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିଛି ୟଙ୍ଗ ଇଣ୍ଡିଆ ।

ପ୍ରଥମ ମ୍ୟାଚରେ ଫେଲ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଶାଳ ରୂପ ଦେଖାଇଛନ୍ତି ଷ୍ଟାର ଓପନର ଅଭିଷେକ ଶର୍ମା । ମାତ୍ର ୪୭ ବଲରୁ ବିସ୍ଫୋରକ ଶତକ ହାସଲ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚିଛନ୍ତି ଅଭିଷେକ । ଭାରତୀୟ ଜର୍ସିରେ ଅଭିଷେକଙ୍କ ପ୍ରଥମ ଶତକରେ ୭ଟି ଚୌକା ଏବଂ ୮ଟି ବିଶାଳ ଛକା ଦେଖିବାକୁ ମିଳିଛି । ତାଙ୍କ ବ୍ୟତୀତ ଚେନ୍ନାଇ ଷ୍ଟାର କ୍ରିକେଟର ଋତୁରାଜ ଗାଏକ୍ୱାଡ ମଧ୍ୟ ଏକ ଦମଦାର ଇନିଂସ ଖେଳିଛନ୍ତି । ୪୭ ବଲରୁ ୧୧ଟି ଚୌକା ଏବଂ ଗୋଟିଏ ଛକା ସହ ୭୭ ରନର ଇନିଂସ ଖେଳି ନଟ୍ ଆଉଟ ରହିଛନ୍ତି ଋତୁରାଜ । ତେବେ ଇନିଂସ ଶେଷରେ ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ମାତ୍ର ୨୨ ବଲରୁ ୨ଟି ଚୌକା ଏବଂ ୫ଟି ଛକା ସହ ୪୮ ରନ୍ ହାସଲ କରିଛନ୍ତି । ଫଳରେ ଭାରତ ଜିମ୍ବାୱେକୁ ୨୩୫ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା । କିନ୍ତୁ ଜିମ୍ବାୱେ ୧୩୫ ରନ୍ କରି ଅଲ ଆଉଟ ହୋଇଛି ।

ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ପରେ ଦମଦାର ବୋଲିଂ ମଧ୍ୟ ଦେଖିବାକୁ ମିଳିଛି । ମୁକେଶ କୁମାର ଏବଂ ଆଭେଶ ଖାନଙ୍କ ବୋଲିଂ ଆଗରେ ଫିକା ପଡ଼ିଛି ଜିମ୍ବାୱେର ବ୍ୟାଟିଂ ଅର୍ଡର । ଉଭୟ ବୋଲର ଏହି ମ୍ୟାଚରେ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ରବି ବିଷ୍ଣୋଇ ୨ଟି ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ସଫଳତା ହାସଲ କରିଛନ୍ତି । ତେବେ ପ୍ରଥମ ମ୍ୟାଚର ପରାଜୟକୁ ଭୁଲି ଭାରତ ଏି ବିଜୟ ସହ ସିରିଜ ବରାବର କରିଛି । ଟି-୨୦ କ୍ରିକେଟରେ ପ୍ରଥମ ଶତକ ଏବଂ ବିସ୍ଫୋରକ ଇନିଂସ ପାଇଁ ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.