fbpx
BSKY SKY
BSKY SKY

(Video)ବାଇକ ଛାଡ଼ି ଘୋଡ଼ାରେ କଲେ ଖାଦ୍ୟ ଡେଲିଭରି: ଜୋମାଟୋ ଡେଲିଭରି ବଏଙ୍କର ଏପରି ଅଦ୍ଭୁଦ କାଣ୍ଡ

BSKY

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅନଲାଇନ ଖାଇବା ଡେଲିଭରିର ଚାହିଦା କାହିଁରେ କ’ଣ । ତେବେ ଏହାର ଡେଲିଭରି ପାଇଁ ଜୋମାଟୋ ଡେଲିଭରି ମ୍ୟାନ ବାଇକ ବ୍ୟବହାର କରିଥାନ୍ତି । କିନ୍ତୁ କେବେ ଘୋଡ଼ାରେ ବସି ଜୋମାଟୋ ଖାଇବା ଡେଲିଭରି ଦେଖିଛନ୍ତି କି? କଥାଟି ଅଜବ ଲାଗୁଥିଲେ ବି ସତ । ତେଲେଙ୍ଗାନାର ହାଇଦ୍ରାବାଦ ଅନ୍ତର୍ଗତ ଚଞ୍ଚଲଗୁଡ଼ା ଅଞ୍ଚଳରେ ଏପରି ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି ।

ତେବେ ଡେଲିଭରି ବୟଙ୍କର ଏପରି କରିବାର କାରଣ ମଧ୍ୟ ବେଶ ଅଜବ । ପେଟ୍ରୋଲ ପମ୍ପରେ ଲାଗିଥିବା ଭିଡ଼କୁ ଏଡ଼ାଇବା ପାଇଁ ବ୍ୟକ୍ତିଜଣଙ୍କ ଏପରି କରିଥିବା ଜଣାପଡ଼ଛି । ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯାଇଥିବା ବେଳେ ସେ ପେଟ୍ରୋଲ ପମ୍ପକୁ ଯାଇଥିଲେ କିନ୍ତୁ ପେଟ୍ରୋଲ ପମ୍ପରେ ଭିଡ଼ ଦେଖି ସେ ବିଳମ୍ବ ହେବ ବୋଲି ଅନୁମାନ କରିଥିଲେ । ଏହା ପରେ ସେ ବାଇକ ଛାଡ଼ି ଘୋଡ଼ା ଯୋଗେ ଡେଲିଭରି କରିବାକୁ ବାହାରି ପଡ଼ିଥିଲେ । ତେବେ ରାସ୍ତାରେ ଲଏପରି ଦୃଶ୍ୟ ଦେଖି ଲୋକମାନେ ମଧ୍ୟ ଏହାର ଭରପୁର ମଜା ନେଇଥିଲେ ।

ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହିଟ ଆଣ୍ଡ ରନ କେସରେ ନୂତନ ନିୟମ ଲାଗୁ ହେବା ପରେ ଏହାକୁ ବିରୋଧ କରି ଗତ ମଙ୍ଗଳବାର ଦିନ ପରିବହନ ବିଭାଗ ଦେଶ ବ୍ୟାପୀ ଧାରଣା ଦେଇଥିଲା । ଫଳସ୍ୱରୂପ ସାରା ଦେଶରେ ବସ ଏବଂ ଟ୍ରକ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ସହିତ ଅନେକ ଖାଦ୍ୟ ସାମଗ୍ରୀ ଏବଂ ପେଟ୍ରାଲ-ଡିଜେଲ ଆଦିର ଅଭାବ ଦେଖା ଦେଇଥିଲା । ତେବେ ଏହି କାରଣରୁ ଅନେକ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.