fbpx

ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ୯.୪୫ କୋଟି ଟଙ୍କାର ଜରିମାନା

Advertisement

ମୁମ୍ୱାଇ: ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂପାନିଉପରେ ୯.୪୫ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି। କଂପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ସହକାରୀ ବାଣିଜ୍ୟକର (ଅଡିଟ୍) କମିଶନର ପୂରା ୯.୪୫ କୋଟି ଟଙ୍କାର ଜି.ଏସ୍.ଟି ନୋଟିସ୍ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, କର୍ଣ୍ଣାଟକର ଟିକସ ବିଭାଗ ପକ୍ଷରୁ କମ୍ପାନୀକୁ ୫.୦୧ କୋଟି ଟଙ୍କାର ଜିଏସଟି ଡିମାଣ୍ଡ ନୋଟିସ ଦେଇଛନ୍ତି।

ଏହା ଉପରେ ୩.୯୩ କୋଟି ଟଙ୍କାର ସୁଧ ଏବଂ ୫୦.୧୯ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହି ମାମଲାରେ ଏହି ସମୁଦାୟ ରାଶି ପାଖାପାଖି ୯.୪୫ କୋଟି ଟଙ୍କା ରହିଛି। କର୍ଣ୍ଣାଟକ ଟିକସ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜୋମାଟୋକୁ ଏହି ନୋଟିସ୍ ଦିଆଯାଇଛି। ୨୯ ଜୁନ୍ ୨୦୨୪ରେ ଜୋମାଟୋକୁ ଏହି ଟିକସ ନୋଟିସ୍ ମିଳିଥିଲା। କଂପାନିକୁ ଡିମାଣ୍ଡ ଅର୍ଡର, ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପରେ ଅତିରିକ୍ତ ଲାଭ ଏବଂ ସୁଧ ଓ ଜରିମାନା ସମ୍ପର୍କରେ ଟିକସ ନୋଟିସ୍ ଜାରି କରାଯାଇଥାଏ।

ଦେଖିବାକୁ ଗଲେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ନୋଟିସ୍ ପାଇବା ପରେ ଜୋମାଟୋ ପକ୍ଷରୁ ଏନେଇ ବୟାନ ଦିଆଯାଇଛି। କମ୍ପାନୀ କହିଛି ଯେ ଆମେ ବିଶ୍ୱାସ କରୁ ଯେ ମେରିଟ୍ ଆଧାରରେ ଆମର ମାମଲା ବହୁତ ଦୃଢ଼ ଅଛି। ଏଭଳି ସ୍ଥିତିରେ କର୍ଣ୍ଣାଟକ ଟିକସ କର୍ତ୍ତୃପକ୍ଷଙ୍କ ଏହି ଟିକସ ନୋଟିସ ବିରୋଧରେ ଆମେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବୁ।

Get real time updates directly on you device, subscribe now.