BUSINESSODISHATOP STORIES

ଇନକାଲ୍ ୨୦୧୯ ସଫଳତାର ସହ ସମାପିତ

ଭୁବନେଶ୍ୱର, ୨ା୨ (ଓଡ଼ିଶା ଭାସ୍କର) : ତ୍ରିଦିବସୀୟ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ଆଲୁମିନିୟମ୍ (ଇନକାଲ୍)-୨୦୧୯ ଶନିବାର ଉଦଯାପିତ ହୋଇଯାଇଛି । ଏହି ଉଦଯାପନ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ପେଟ୍ରୋଲିୟମ୍ ଓ ନ୍ୟାଚୁରାଲ୍ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସୁବ୍ରୋତୋ ବାଗଚୀ ପ୍ରମୁଖ ଦେଶବିଦେଶର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ଏତଦ୍ବ୍ୟତୀତ, ଆଲକାନର ନିର୍ଦ୍ଦେଶକ-ଟେକ୍ନୋଲୋଜୀ ଡଃ ଆଲାଇସ୍ ବର୍ଣ୍ଣାଡ୍ ଏବଂ ରିଡ୍ ଏକଜିବିସନର ଇଭେଣ୍ଟ୍ ଡାଇରେକ୍ଟର୍ ଓଲାଫ୍ ଫ୍ରାଏର୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close