fbpx

ଲକ୍-ଡାଉନର ମଜାକ୍ ଉଡାଇଲେ ୨ ମନ୍ତ୍ରୀ: ରାମନବମୀ ସମାରୋହରେ ପହଞ୍ଚିଲେ ମନ୍ଦିର

ହାଇଦ୍ରାବାଦ,୨ ।୪: କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍-ଡାଉନ୍ ଲାଗୁ କରିଛନ୍ତି । କିନ୍ତୁ ବହୁ ସହରରେ ଲୋକଙ୍କ ସମେତ କେତେକ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ସେହିପରି ତେଲେଙ୍ଗାନାର ମନ୍ତ୍ରୀମାନେ ଏହି ଲକ୍-ଡାଉନର ମଜାକ୍ ଉଡାଇଥିବା ଦେଖିବାକୁ ମିଳିଛି । ସେଠାକାର ୨ ନେତା ରାମ ନବମୀ ସମାରୋହରେ ଯୋଗ ଦେବା ପାଇଁ ମନ୍ଦିର ପହଞ୍ଚିଥିବା ଜଣାପଡିଛି ।

ଅଲୋଲା ଇନ୍ଦ୍ରକରଣ ରେଡ୍ଡୀ ଓ ପୁବଭଦା ଅଜୟ କୁମାର ନାମକ ଦୁଇ ନେତା ରାମ ନବମୀ ସମାରୋହରେ ନିଜ ପତ୍ନୀଙ୍କ ସହ ନଜର ଆସିଥିଲେ । ଦୁହେଁ ତେଲେଙ୍ଗାନାର ପ୍ରସିଦ୍ଧ ସୀତାରାମ ଚନ୍ଦ୍ର ସ୍ୱାମୀ ମନ୍ଦିର ଭଦ୍ରଚଲମରେ ପହଞ୍ଚିଥିଲେ । ମନ୍ତ୍ରୀଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା । ଲକ୍-ଡାଉନ୍ ସମୟରେ ସୋମନଙ୍କୁ ବାହାରେ ଦେଖି ଲୋକେ ସମାଲୋଚନା କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.