fbpx
BSKY SKY
BSKY SKY

୨୪ଘଣ୍ଟାରେ ଗଲାଣି ୧୨ଜୀବନ

BSKY

ନୂଆଦିଲ୍ଲୀ, ୨ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଦେଶରେ ୧୫୧ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲିଠୁ ଆଜି ଭିତରେ ୩୨୮ନୂଆ କେସ୍ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତିି । ଦେଶରେ ୨୪ଘଣ୍ଟାରେ କରୋନାରେ ୧୨ଜଣଙ୍କର ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ଜଣରେ ପହଞ୍ଚିଛି । ଏହାସହ ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । କରୋନା ସହ କେନ୍ଦ୍ର-ରାଜ୍ୟ ଏକାଠି ମିଳିମିଶି ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀ ସମୟରେ ଶାନ୍ତି, ଏକତା, ସଦଭାବନା ରଖିବା ଆବଶ୍ୟକ । ତାଲାବନ୍ଦକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଧର୍ମର ଲୋକ ସାମାଜିକ ଦୂରତା ପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଅଗ୍ରୱାଲ ।

Get real time updates directly on you device, subscribe now.