fbpx
BJD SKY
BJD SKY

କରୋନା ଯୋଗୁଁ ବଢୁଛି ଅପରାଧ: ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା

BJD

ନୂଆଦିଲ୍ଲୀ,୨ ।୪: ଦେଶରେ କରୋନା ଭାଇରସ୍ ଯୋଗୁଁ ହାହାକାର ଦେଖାଦେଇଛି । ଗୋଟିଏ ପଟେ ଲୋକେ ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହାମାରୀ କାରଣରୁ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।

ମାର୍ଚ୍ଚ ୨୪ରୁ ଦେଶରେ ଘରୋଇ ହିଂସା ମାମଲା ବୃଦ୍ଧି ପାଇଛି । ତେବେ ସେହିଦିନଠାରୁ ୨୧ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲକ୍-ଡାଉନ୍ ଯୋଗୁଁ ଲୋକେ ଘରେ ରହିବାରୁ ମହିଳାମାନଙ୍କୁ ଉପରେ ଘରୋଇ ହିଂସା ବଢିବାରେ ଲାଗିଛି । ଏନେଇ ଜାତୀୟ ମହିଳା ଆୟୋଗର ସଭାପତି ରେଖା ଶର୍ମା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.