fbpx

ଲକ୍ ଡାଉନ୍: କାଲି ସକାଳ ୯ଟାରେ ଦେଶକୁ ପୁଣି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୪: କରୋନା ଭାଇରସକୁ ନେଇ ଉପୁଜିଥିବା ସମସ୍ୟା ଓ ଲକ୍-ଡାଉନ୍ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ମୋଦୀ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ଯେ, ସେ ଏପ୍ରିଲ ୩ ତାରିଖ ସକାଳ ୯ଟାରେ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଦେବେ । ତେବେ ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ଘୋଷଣା କରିଥିଲେ ମୋଦୀ ।

Get real time updates directly on you device, subscribe now.