BUSINESSTOP STORIES

ନୂଆ ରୂପେକାର୍ଡଧାରୀଙ୍କ ପାଇଁ ଦୁର୍ଘଟଣାବୀମା ବୃଦ୍ଧି

ନୂଆଦିଲ୍ଲୀ, ୬ା୯ : ଦେଶର ଜନସାଧାରଣ ଏବଂ ଗରିବଙ୍କ କଲ୍ୟାଣ ପାଇଁ ପ୍ରୟାସ ସ୍ୱରୂପ, ନିମ୍ନଲିଖିତ ପରିବର୍ତନ ସହିତ ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଅଭିଯାନ-ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଆଗକୁ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ୧୪.୮.୨୦୧୮ର ପରବର୍ତୀ ଅବଧି ଲାଗି ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଅଭିଯାନ-ପିଏମଜେଡିୱାଇ ଜାରି ରହିବ । ବର୍ତମାନର ଓଭରଡ୍ରାଫ୍ଟ ସୀମାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି । ୨ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ କୌଣସି ସର୍ତ ରଖାଯାଇନାହିଁ । ଓଭରଡ୍ରାଫ୍ଟ ସୁବିଧା ପାଇବାର ବୟସ ସୀମାକୁ ୧୮ରୁ ୬୦ ବର୍ଷରୁ ୧୮ରୁ ୬୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସମ୍ପ୍ରସାରିତ ପ୍ରସାର ଅଧୀନରେ ପ୍ରତ୍ୟେକ ପରିବାରରୁ ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ନୂଆ ରୂପେ କାର୍ଡଧାରୀଙ୍କ ପାଇଁ ଦୁର୍ଘଟଣା ବୀମା ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା କରିଦିଆଯାଇଛି । ୨୮.୮.୧୮ ପରେ ପିଏମଜେଡିୱାଇ ଜମାଖାତା ଖୋଲିଥିବା ଜମାକାରୀ ଏହି ସୁବିଧା ପାଇପାରିବେ । ଏହି ଅଭିଯାନ ଜାରି ରହିବା ଫଳରେ ଦେଶର ପ୍ରତ୍ୟେକ ପରିବାର/ପ୍ରାପ୍ତବୟସ୍କଙ୍କ ନିକଟରେ ଗୋଟିଏ ସର୍ବନିମ୍ନ ବ୍ୟାଙ୍କ ଜମା ରହିବ । ଫଳରେ ସେମାନେ ଅନ୍ୟ ଆର୍ଥିକ ସେବା, ସାମାଜିକ ନିରାପତା ଯୋଜନା ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ । ପାଖାପାଖି ୩୨.୪୧ କୋଟି ଜନ ଧନ ଜମାଖାତା ଖୋଲାଯାଇସାରିଛି ଏବଂ ଏଥିରେ ୮୧,୨୦୦ କୋଟି ଜମା ରହିଛି । ଏମାନଙ୍କ ମଧ୍ୟରେ ୫୩% ମହିଳା ଜନଧନ ଖାତାଧାରୀ ରହିଛନ୍ତି ଏବଂ ୫୯% ଜନଧନ ଖାତାଧାରକ ଗ୍ରାମାଂଚଳ ଏବଂ ଉପସହରାଂଚଳରେ ରହିଛି । କାର୍ଯ୍ୟକ୍ଷମ ଥିବା ୮୩% ଜନଧନ ଖାତା (ଆସାମ, ମେଘାଳୟ, ଜମ୍ମୁ ଏବଂ କଶ୍ମୀରକୁ ବାଦ ଦେଇ) ଆଧାର ସଂଯୁକ୍ତ ହୋଇଛି, ଏସବୁ ଖାତାଧାରୀମାନଙ୍କୁ ପାଖାପାଖି ୨୪.୪ କୋଟି ରୁପେକାର୍ଡ ଜାରି କରାଯାଇଛି । ୭.୫ କୋଟିରୁ ଅଧିକ ଜନ ଧନ ଏକାଉଂଟକୁ ଡିବିଟି ଜରିଆରେ ପ୍ରତ୍ୟକ୍ଷ ସବ୍ସିଡି ନଗଦ ହସ୍ତାନ୍ତର କରାଯାଇଛିି । ୧.୨୬ ଲକ୍ଷ ଉପ ସେବା କ୍ଷେତ୍ର (ଗ୍ରାମାଂଚଳ)ରେ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ନିୟୋଜିତ କରାଯାଇଛି, ପ୍ରତ୍ୟେକ ବ୍ୟାଙ୍କ ପ୍ରତିନିଧି ୧୦୦୦ରୁ ୧୫୦୦ ପରିବାରକୁ ସେବା ଯୋଗାଇ ଦେଉଛନ୍ତି । ଜୁଲାଇ, ୨୦୧୮ ମାସରେ ବ୍ୟାଙ୍କ ପ୍ରତିନିଧିମାନଙ୍କ ଦ୍ୱାରା ପାଖାପାଖି ୧୩.୧୬ କୋଟି ଆଧାର ସକ୍ଷମ ପେମେଂଟ (ଏଇପିଏସ) କାରବାର ହୋଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଅଧୀନରେ ୧୩.୯୮ କୋଟି ଉପଭୋକ୍ତା ୧୯,୪୩୬ଟି ଦାବି କରିଛନ୍ତି, ଏବଂ ୩୮୮.୭୨ କୋଟି ଟଙ୍କାର ଦାବି ସମାଧାନ କରାଯାଇପାରିଛି । ସେହିପରି ୫.୪୭ କୋଟି ଉପଭୋକ୍ତା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ)ରେ ୧.୧୦ ଲକ୍ଷ ଦାବି କରି ପାଖାପାଖି ୨୨୦୬.୨୮ କୋଟି ଟଙ୍କା ହାସଲ କରିଛନ୍ତି । ଅଟଳ ପେନସନ ଯୋଜନା (ଏପୱାଇ) ଅଧୀନରେ ୧.୧୧ କୋଟି ଲୋକ ପିକୃତ ହୋଇଛନ୍ତି । ପିଏମଜେଡିୱାଇର କାର୍ଯ୍ୟାନ୍ୱୟନ ପାଇଁ ଏକ ଶୃଙ୍ଖଳା ନିର୍ମାଣ କରାଯାଇଛି ଯାହାର ଅଧୀନରେ ଜନଧନ ଜମାଖାତା ଏବଂ ମୋବାଇଲ-ବ୍ୟାଙ୍କ-ଆଧାରକୁ (ଜାମ) ସଂଯୁକ୍ତ କରାଯାଇଛି । ଏହି ଶୃଙ୍ଖଳା କେବଳ ଜମା, ଋଣ ଯୋଗାଣ ଏବଂ ସାମାଜିକ ନିରାପତା ଆଦି ଯୋଗାଇ ଦେଉନାହିଁ ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବିଭିନ୍ନ ସରକାରୀ ଯୋଜନାର ଲାଭ ଡିବିଟି ଜରିଆରେ ସିଧାସଳଖ ଗରିବ ଲୋକମାନଙ୍କୁ ହସ୍ତାନ୍ତର କରିପାରୁଛି । ପ୍ରତ୍ୟେକ ପରିବାର ଠାରୁ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଜମାଖାତା ଖୋଲିବାର ଲକ୍ଷ୍ୟ ନେଇ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଯୋଜନା ଜାରି ରଖିବା ଲାଗି ନିଷ୍ପତି ନିଆଯାଇଛି । ଜନଧନ-ଆଧାର-ମୋବାଇଲ (ଜାମ) ସଂଯୋଗ ଏସବୁ କାର୍ଯ୍ୟକଳାପକୁ ଜାରି ରଖିବା ଲାଗି ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close