fbpx

ଟ୍ରକକୁ ପିଟିଲା ବୋଲେରୋ: ୨ ମୃତ, ୭ ଗୁରୁତର

ବଲାଙ୍ଗିର,୯ ।୨(ଓଡିଶା ଭାସ୍କର): ବଲାଙ୍ଗିର-ସୋନପୁର ରାସ୍ତାର ସାତମାଇଲ ନିକଟରେ ଏକ ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ୭ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବୋଲେରୋଟି ପାଟଣାଗଡ ନିକଟରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.