ଇସ୍ରାଏଲ-ଇରାନ-ଆମେରିକା: ଭାରତରେ ଯୁଦ୍ଧ ପ୍ରଭାବ, ମଝି ଆକାଶରୁ ଫେରିଲା ବିମାନ
ଭାରତରେ ଯୁଦ୍ଧ ପ୍ରଭାବ । ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ସେପଟେ ମଝି ଆକାଶରୁ ଫେରିଲା ଆଉ ଏକ ବିମାନ । ଚେନ୍ନାଇ ବିମାନ ବନ୍ଦରକୁ ଫେରିଲା ବ୍ରିଟିସ ଏୟାରୱେଜ ।
ନୁଆଦିଲ୍ଲୀ: ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ହାଇଦ୍ରାବାଦ ରନୱେରେ ଅଟକି ରହିଛି ବିମାନ । 2 ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଅଟକି ରହିଛି । ଯୁଦ୍ଧ କାରଣରୁ ବିମାନକୁ ମିଳିପାରିନି ଅନୁମତି ।
ଏପଟେ ମଝି ଆକାଶରୁ ଫେରିଲା ଆଉ ଏକ ବିମାନ । ଚେନ୍ନାଇ ବିମାନ ବନ୍ଦରକୁ ଫେରିଲା ବ୍ରିଟିସ ଏୟାରୱେଜ । ବାଙ୍ଗାଲୁରୁରୁ ଲଣ୍ଡନ ଯାଉଥିଲା ଏହି ବିମାନ ।
ସେପଟେ ଇରାନ-ଇସ୍ରାଏଲ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଧସେଇ ପଶିଛି ଆମେରିକା । ଇରାନ ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ କରିଛି । ଆମେରିକାର ଆକ୍ରମଣ ପରେ ପୁଣି ଅଣ୍ଟା ଭାଙ୍ଗି ଛିଡା ହୋଇଛି ଇରାନ । ବର୍ତ୍ତମାନ ଇସ୍ରାଏଲ ଉପରେ ରହିଛି ଇରାନର ନଜର । ଯାହା ନୂଆ ମୋଡ ନେବାରେ ଲାଗିଛି । ଇସ୍ରାଏଲ-ଇରାନ ଯୁଦ୍ଧରେ ହସ୍ତକ୍ଷେପ କରିଛି ଆମେରିକା । ଯାହାର ପ୍ରତିଶୋଧ ନେବାକୁ ଯାଇ ଇରାନ୍ ଆକ୍ରମଣାତ୍ମକ ସାଜିଛି । ରାତାରାତି ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଛି ଇରାନ ।