ଉଚ୍ଚଶିକ୍ଷା ପାଇଁ ଯୋଜନା କରୁଛନ୍ତି, ଋଣ ପାଇଁ ଚିନ୍ତା, ତେବେ ଜାଣନ୍ତୁ ପିଏମ ବିଦ୍ୟାଲକ୍ଷ୍ମୀ ଓ ଶିକ୍ଷା ଋଣରେ ଥିବା ପ୍ରଭେଦ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଦ୍ୟାଲକ୍ଷ୍ମୀ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅବସର ନେଇ ଆସିଛି । ଏହି ଯୋଜନା ବିଶେଷ ରୂପେ ସେହି ବିଦ୍ୟାର୍ଥୀମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଶିକ୍ଷାଲାଭ ପାଇଁ ଆର୍ଥିକ ସହାୟତା ଚାହୁଁଛନ୍ତି । ଏହି ଶିକ୍ଷା ଋଣ ଅନ୍ତର୍ଗତ ଏକ ଆର୍ଥିକ ସହାୟତା ଯୋଜନା । କିନ୍ତୁ ଏହି ଯୋଜନା ପାରମ୍ପରିକ ଶିକ୍ଷା ଋଣଠାରୁ ଅନେକ ଗୁଣରେ ଭିନ୍ନ ରହିଛି ।
ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସହଜରେ ଆର୍ଥିକ ସହାୟତା ଲାଭ କରାଇବା । ଏଥିରେ ବିଦ୍ୟାର୍ଥୀଙ୍କୁ ଛାତ୍ରବୃତ୍ତି, ଲୋନ ଓ ଅନ୍ୟ ଆର୍ଥିକ ସେବା ଯାଏଁ ପହଞ୍ଚାଇବା । ଏହି ଯୋଜନା ଭାରତୀୟ ଛାତ୍ରଙ୍କୁ ବିଦେଶରେ ଓ ସ୍ୱଦେଶରେ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ସହାୟତା କରିବା ।

ଅନ୍ୟ ପକ୍ଷରେ ଏଜୁକେସନ ଲୋନ ଛାତ୍ରଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟାଙ୍କ ବା ଅନ୍ୟ ଅର୍ଥଲଗାଣକାରୀ ସଂସ୍ଥା ଦ୍ୱାରା ଋଣ ପ୍ରଦାନ କରିବା । ଏହି ଋଣ ବିଭିନ୍ନ ଶିକ୍ଷା ସଂସ୍ଥାରୁ ସମ୍ବନ୍ଧିତ ଟ୍ୟୁସନ ଫି, ବହି, ରହିବା ବ୍ୟବସ୍ଥା, ଯାତ୍ର ଓ ଅନ୍ୟ ଖର୍ଚ୍ଚ ପୂରଣ ପାଇଁ ପ୍ରଦାନ କରାଯାଏ । ଏହି ଋଣକୁ ସାମାନ୍ୟତଃ ନିଶ୍ଚିତ ଅବଧି ଭିତରେ ଫେରାଇବାକୁ ହୋଇଥାଏ । ଏଥିରେ ସୁଧ ମଧ୍ୟ ଯୋଡାଯାଏ ।

ପିଏମ ବିଦ୍ୟାଲକ୍ଷ୍ମୀ ଋଣ ଓ ଛାତ୍ରବୃତ୍ତି ପ୍ରଦାନ କରେ । ଛାତ୍ରଙ୍କୁ ଶିକ୍ଷା ସହ ଆର୍ଥିକ ସହାୟତାର ଅନ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଏ । ଏହି ସହାୟତା ଉପରେ ସୁଧରେ ମଧ୍ୟ ବିଶେଷ ସୁବିଧ ରହିଛି । ଏଥିରେ ସୁଧ କମ ହେବା ସହ ଋଣ ଫେରାଇବାକୁ ସେମିତି କୌଣସି ବାଧ୍ୟବାଧ୍ୟକତା ସମୟ ସୀମା ନିର୍ଦ୍ଧାରଣ କରାଯାଇନି ।