ଓଡ଼ିଶାରେ ଚାକିରି ବର୍ଷା! ୯୦୦୦ ପଦରେ ନିଯୁକ୍ତି ପାଇଁ କରନ୍ତୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅନେକ ପଦ ଖାଲି ରହିଛି । ହଜାର ହଜାର ପଦ ପାଇଁ ଚାକିରି ଆଶାୟୀମାନେ ଆବେଦନ କରିପାରିବେ । ୯ ହଜାରରୁ ଅଧିକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ମହିଳା ଓ ଶିଶୁ ବିକାଶ ପକ୍ଷରୁ ୨୫୪୫ଟି ଅଙ୍ଗନବାଡ଼ି କର୍ମୀ ଓ ହେଲପର ପଦ ଖାଳି ରହିଛି । ଡିସେମ୍ବର ୧୨ ସୁଦ୍ଧା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ସେହିପରି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସି) ତରଫରୁ ୬୦୨୫ଟି ଏଲଟିଆର ଶିକ୍ଷକ ପଦରେ ଆବେଦନ ପାଇଁ ଡିସେମ୍ବର ୨ ତାରିଖ ଅନ୍ତିମ ତାରିଖ ରହିଛି ।

ଏଥିସହିତ ଓଏସଏସସିରେ ସିଜିଏଲ ଗ୍ରୁପ-ବି ଓ ସି ପାଇଁ ୧୭୩ଟି ପଦ, ଯୁକ୍ତଦୁଇ ଗ୍ରୁପ-ସିରେ ୩୨୪ଟି ପଦ, ସବ-ଇନ୍ସପେକ୍ଟରରେ ୩୧ଟି ପଦ, ଜୁନିୟର ଷ୍ଟେନୋଗ୍ରାଫର ଓ ଜୁନିୟର ଗ୍ରେଡ ଟାଇପିଷ୍ଟରେ ୬୦ଟି ପଦ ଖାଲି ରହିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ରେ ୧୨୪ଟି ଏଏଓ ପଦ, ଓଡ଼ିଶା ହାଇକୋର୍ଟରେ ୪୫ଟି ଜିଲ୍ଲା ଜଜ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିଜର ଯୋଗ୍ୟତା ଅନୁସାରେ ବିଭିନ୍ନ ପଦରେ ଆବେଦନ କରିପାରିବେ ।