ନୂଆଦିଲ୍ଲୀ- ଏବେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ । ସେଠାରେ ତାଙ୍କୁ ମିଳିଛି କୁଏତର ସମ୍ମାନଜନକ ପୁରସ୍କାର । ସେଠାରେ ଥିବା ଭାରତୀୟଙ୍କୁ ମଧ୍ୟ ଦେଇଛନ୍ତି ଉଦବୋଧନ । କିଏତ ବିଶ୍ୱର ଧନୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ଗୋଟିଏ । ତେବେ ଏହି ଆର୍ଥିକ ସମୃଦ୍ଧି ପଛରେ ରହିଛି ଭାରତୀୟଙ୍କ ହାତ । ପ୍ରତି କ୍ଷେତ୍ରରେ ରହିଛନ୍ତି ଭାରତୀୟ । କୁଏତର ମୋଟ ଜନସଂଖ୍ୟାର ୨୧ ପ୍ରତିଶତ ହେଉଛନ୍ତି ଭାରତୀୟ । କୁଏତରେ ୧୦ ଲକ୍ଷରୁ ଅଧିକ ଭାରତୀୟ ରହିଥିବା ଭାରତୀୟ ଦୂତାବସ ପକ୍ଷରୁ ସୂଚନା ରହିଛି । ଏମାନଙ୍କ ଆୟ ଭାରତ ତୁଳନାରେ ବହୁ ଅଧିକ ।
୨୦୧୨ରେ ଭାରତ ଓ କୁଏତ ଭିତରେ ହେଲ୍ଥ ସେକ୍ଟରକୁ ନେଇ ଏକ ବୁଝାମଣା ହୋଇଥିଲା । ଏକ ହେଲ୍ଥ ସର୍ଭିସ ସଂଯୁକ୍ତ ଦଳ ମଧ୍ୟ ଗଠିତ ହୋଇଥିଲା । ୧୨ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗରେ ଅନେକ ବୈଠକ ହୋଇଛି । ତେବେ କୁଏତ ଯାଉଥିବା ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛନ୍ତି କର୍ଣ୍ଣାଟକର । ଏହା ପଛକୁ କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁର ବହୁ ଲୋକ କୁଏତ ରୋଜଗାର ପାଇଁ ଯାଇଥାନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ବା ନର୍ସ ଭାବେ କାମ କରନ୍ତି ସେଠାରେ ।
ମିଡିଆ ରିପୋର୍ଟ ମୁତାବକ, ଭାରତରୁ କୁଏତ ଯାଉଥିବା ଅନସ୍କିଲ୍ଡ ଲୋକଙ୍କୁ ସେଠାରେ ମାସିକ ୧୦୦ କୁଏତି ଡିନାର ବା ୨୭,୨୬୨ ଟଙ୍କା ମିଳିଥାଏ । ସେହି ଭିତରେ ରହିଛନ୍ତି ଅନସ୍କିଲ୍ଡ ଶ୍ରମିକ, ହେଲପର, କ୍ଲିନର । ସେହିପରି ସେମି ସ୍କିଲ୍ଡଙ୍କ ଭିତରେ ଡ୍ରାଇଭର, ଭଣ୍ଡାରୀ, ସୁରକ୍ଷା ଗାର୍ଡ କାମ କରନ୍ତି ଓ ସେମାନଙ୍କ ଦରମା ମାସିକ ୪୬,୫୬୦ ଟଙ୍କା ବା ୧୭୦ ଦିନାର । ସେହିପରି ଟେକ୍ନିକାଲ, ମେକାନିକାଲ ଓ ହେଲ୍ଥ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ଦରମା ୬୦ ହଜାର ହୋଇଥାଏ ।