କେଉଁ ଅମୃତଭଣ୍ଡା ଦେହ ପାଇଁ ଅଧିକ ଭଲ, କଞ୍ଚା ନା ପାଚିଲା? ଜାଣନ୍ତୁ ଏମିତି…
ପ୍ରତ୍ୟେକଟି ଜିନିଷରେ କିଛି ନା କିଛି ଲାଭକାରୀ ଗୁଣ ରହିଛି । ଖାସ୍ କରି କଞ୍ଚା ପନିପରିବାରୁ ଆମକୁ ଅଧିକ ଲାଭ ପ୍ରଦାନ କରିଥାଏ । ସେହି ସବୁ ମଧ୍ୟରୁ କଞ୍ଚା ଅମୃତଭଣ୍ଡା ଅନ୍ୟତମ ।
ଓଡ଼ିଶା ଭାସ୍କର: ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ରହିବାକୁ କିଏ ବା ନ ଚାହେଁ । ସୁସ୍ଥ ରହିବାକୁ ହେଲେ ଭିଟାମିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ଉପଯୁକ୍ତ ଖାଦ୍ୟ ହିଁ ଆମ ଶରୀରକୁ ଫିଟ୍ ରହଖିବାରେ ସାହାଯ୍ୟ କରିଥାଏ ।
ପ୍ରତ୍ୟେକଟି ଜିନିଷରେ କିଛି ନା କିଛି ଲାଭକାରୀ ଗୁଣ ରହିଛି । ଖାସ୍ କରି କଞ୍ଚା ପନିପରିବାରୁ ଆମକୁ ଅଧିକ ଲାଭ ପ୍ରଦାନ କରିଥାଏ । ସେହି ସବୁ ମଧ୍ୟରୁ କଞ୍ଚା ଅମୃତଭଣ୍ଡା ଅନ୍ୟତମ ।
କଞ୍ଚା ଅମୃତଭଣ୍ଡା ଅପେକ୍ଷା ପାଚିଲା ଅମୃତଭଣ୍ଡାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଯାହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଏ । ପାଚିଲା ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ ହୋଇଥାଏ କଞ୍ଚା ଅମୃତଭଣ୍ଡା ସେତିକି ଫଳଦାୟୀ ହୋଇଥାଏ । ଯାହା ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା କରିଥାଏ ।
ପଢ଼ନ୍ତୁ ଅଧିକ ଖବର….ହଜିଯିବ ସ୍ମାର୍ଟଫୋନ, ଏଣିକି ଇଲେକ୍ଟ୍ରୋନିକ୍ସ ଟାଟୁ ନେବ ସ୍ମାର୍ଟଫୋନର ଜାଗା, କଣ ଏହି ଟାଟୁ, କେମିତି କରିବ କାମ…
ଆପଣଙ୍କୁ କହି ରଖୁଛୁ ଯେ, ଅମୃତଭଣ୍ଡାରେ ପପେନ ନାମକ ପଦାର୍ଥ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ପାଚନ ସମସ୍ୟା ପାଇଁ ଏହା ବେଷ୍ଟ ହୋଇଥାଏ । ଆଜି ଆମେ କଞ୍ଚା ଅମୃତଭଣ୍ଡାର ଫାଇଦା ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ।
କଞ୍ଚା ଅମୃତଭଣ୍ଡା ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କଞ୍ଚା ଅମୃତଭଣ୍ଡାରେ ଭିଟାମିନ୍ C, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଭଳି ଗୁଣ ରହିଛି । ଅମୃତଭଣ୍ଡାରେ ଥିବା ଫାଇବର ୟୁରିକ୍ ଏସିଡ୍ ରୋଗୀଙ୍କୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
କଞ୍ଚା ଅମୃତଭଣ୍ଡାରେ ଥିବା ‘ପାପାଇନ୍’ ରକ୍ତରେ ୟୁରିକ୍ ଏସିଡ୍ ବଢିବା ଉପରେ ରୋକି ଲଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହା ସହିତ ଏହା ପ୍ରୋଟିନ୍କୁ ହଜମ କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ରୋଗୀମାନେ ସେମାନଙ୍କ ଖାଇବା ଲିଷ୍ଟରେ କଞ୍ଚା ଅମୃତଭଣ୍ଡା ସାମିଲ କରିବା ଆବଶ୍ୟକ । ଯାହା ବୋନ୍ ହେଲଥ୍ ପାଇଁ ବେଷ୍ଟ ହୋଇଥାଏ ।
ହାଡ଼କୁ ମଜବୁତ କରିବା ସହ ଓଜନକୁ କମାଇବାରେ ମଧ୍ୟ କଞ୍ଚା ଅମୃତଭଣ୍ଡା ସାହାଯ୍ୟ କରିଥାଏ । କଞ୍ଚା ଅମୃତଭଣ୍ଡାରେ କମ୍ କ୍ୟାଲୋରୀ ରହିଥାଏ ଯାହା ଆପଣଙ୍କ ଡାଏଟ୍ ପ୍ଲାନରେ ସାମିଲ କରିପାରିବେ । ଏତିକି ନୁହେଁ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଉଛି ।
କଞ୍ଚା ଅମୃତଭଣ୍ଡା ଖାଇଲେ ୟୁରିନ୍ ଇଫେକ୍ସନରୁ ରକ୍ଷା ମିଳିଥାଏ । ଜଣ୍ଡିସ୍ ହେଉ କିମ୍ବା ଲିଭର ସମ୍ବନ୍ଧୀୟ ସମସ୍ୟା, ଏ ସବୁକୁ ଦୂର କରିବାରେ କଞ୍ଚା ଅମୃତଭଣ୍ଡା ବେଶ୍ ଲାଭଦାୟକ ହୋଇଥାଏ । ଯାହା କ୍ୟାନସରରୁ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ । ତେଣୁ ଲୋକଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
କଞ୍ଚା ଅମୃତଭଣ୍ଡା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଏହା ବ୍ୟତୀତ ପେଟ ଜନିତ ସମସ୍ୟାଠାରୁ ଆରମ୍ଭ କରି କେଶ ଜନିତ ସମସ୍ୟାକୁ ଦୂର କରିଥାଏ କଞ୍ଚା ଅମୃତଭଣ୍ଡା । ତେଣୁ କଞ୍ଚା ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ । ଯାହା ଅନେକ ସମସ୍ୟାକୁ ଚୁଟକିରେ ଗାଏବ କରି ଆରାମ ପ୍ରଦାନ କରିଥାଏ ।