Big Breaking: କୋଲକାତା ଡାକ୍ତରାଣୀ ବଳାତ୍କାର ମାମଲା: ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ, ୨୦ରେ ଦଣ୍ଡାଦେଶ

କୋଲାକାତା: ପଶ୍ଚିମବଙ୍ଗ ଆର.ଜି.କର ମେଡିକାଲ କଲେଜର ପିଜି ଡାକ୍ତରାଣୀଙ୍କୁ ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ନ୍ୟାୟାଳୟ ୨୦ ତାରିଖରେ ମାମଲାର ଦଣ୍ଡାଦେଶ ଶୁଣାଇବେ ।

ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ସେ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ ।

ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ ।