କ୍ୟାପ୍ଟେନ ଦୌଡ଼ରେ ଶୁଭମନ ଗିଲଙ୍କ ପଛରେ କାହିିଁକି ରହିଗଲେ ବୁମରାହ, କାରଣ କହିଦେଲେ ଚିଫ୍ ସିଲେକ୍ଟର
ଇଂଣ୍ଡଲ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମର ଘୋଷଣା ହୋଇସାରିଛି. ଟିମ ଇଣ୍ଡିଆର କ୍ୟାପ୍ଟେନ ଶୁଭମନ ଗିଲ୍ ହୋଇଛନ୍ତି।
ନୂଆଦିଲ୍ଲୀ: ବିସିସିଆଇ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମର ଘୋଷଣା କରିଛି ଏବଂ ଏଥର ଟିମର ଗୁରୁ ଦାୟିତ୍ୱ ନେଇଛନ୍ତି ବ୍ୟାଟ୍ସମ୍ୟାନ ଶୁଭମନ ଗିଲ।
ବହୁ ସମୟରୁ ଜସପ୍ରୀତ ବୁମରାହ ମଧ୍ୟ ଟେଷ୍ଟର କ୍ୟାପ୍ଟେନ ଦୌଡ଼ରେ ସାମିଲ ଥିଲେ। ହେଲେ ଚୟନକର୍ତ୍ତା ଗିଲଙ୍କ ଉପରେ ଭରଷା ରଖି ତାଙ୍କୁ କ୍ୟାପ୍ଟେନ ଭାବେ ନିଯୁକ୍ତ କରିଛନ୍ତି।
ଏହି ନିଷ୍ପତ୍ତିର କାରଣ ମଧ୍ୟ ସାମ୍ନାକୁ ଆସିଛି। ଟିମର ଘୋଷଣା ପରେ ଚିଫ ସିଲେକ୍ଟର ଅଜୀତ ଅଗରକର କହିଛନ୍ତି ଯେ, କାହିଁକି ଟେଷ୍ଟ କ୍ୟାପ୍ଟେନ ଭାବେ ଶୁଭମନଙ୍କୁ ଚୟନ କରାଯାଇଛି।
ତାଙ୍କ କହିବାନୁଯାୟୀ, ପୂରା ସିରିଜରେ ବୁମରାହଙ୍କର ଖେଳିବାର କୌଣସି ଗ୍ୟାରେଣ୍ଟି ନାହିଁ। ତାଙ୍କୁ ଲାଗୁ ନଥିଲା ଯେ, ବୁମରାହ ସମସ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ରହିବେ ବୋଲି।
ପଛରେ କାହିଁକି ରହିଗଲେ ବୁମରାହ: ଅଜୀତ ଅଗରକରଙ୍କ ବିବୃତ୍ତି ଅନୁଯାୟୀ, ବୁମରାହଙ୍କ ଫିଟନେସ ଏବଂ ୱାର୍କଲୋଡକୁ ଦୃଷ୍ଟିରେ ରଖି ଚୟନ ସମିତି ଏହି ନିଷ୍ପତ୍ତି ନେଇଛି।
ଦ୍ରୁତ ବୋଲର ଭାବେ ଇଂଲଣ୍ଡରେ ଲଗାତାର ପାଞ୍ଚଟି ଟେଷ୍ଟ ଖେଳିବା ଯେକୌଣସି ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଆନ୍ତା ଏବଂ ଏଥିସହ କ୍ୟାପ୍ଟେନର ଦାୟିତ୍ୱ ନେବା ତାଙ୍କ ପାଇଁ ଆହୁରି ଭାରି ହୋଇଥାଆନ୍ତି।
ବୁମରାହଙ୍କ ଆହତ ହେବାର ରେକର୍ଡ ମଧ୍ୟ ଏହି ନିଷ୍ପତ୍ତିର କାରଣ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବ ମ୍ୟାଚରେ ବୁମରାହ କ୍ୟାପ୍ଟେନ ଦାୟିତ୍ୱ ବହନ କରି ଟିମ ଇଣ୍ଡିଆକୁ ଜିତାଇଥିଲେ।
ହେଲେ ଶେଷ ଟେଷ୍ଟ ମ୍ୟାଚରେ ଲଗାତାର ବୋଲିଂ କରି ସେ ଆହତ ହୋଇଥିଲେ। ଏହାପରେ ମଇଦାନକୁ ଫେରିବା ପାଇଁ ତାଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡିଥିଲା।
ଗିଲ୍ଙ୍କ ଉପରେ କାହିିଁକି କରାଗଲା ଭରସା: ଶୁଭମନ ଗିଲ ଫିଟ ଏବଂ ସମସ୍ତ ଟେଷ୍ଟ ଖେଳିବା ପାଇଁ ଉପଲବ୍ଧ। ସେ ନିଜ ଅଧିନାୟକତ୍ୱରେ ଜବରଦସ୍ତ ପ୍ରଦର୍ଶନ ଏବଂ ଧୈର୍ଯ୍ୟ ଦେଖାଇଛନ୍ତି। ଖାସକରି ଆଇପିଏଲ ୨୦୧୫ରେ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନ ଭାବେ ଗିଲ୍ ରଣନୀତିକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଏହି କାରଣ ପାଇଁ ଚୟନ ସମିତି ଭବିଷ୍ୟତକୁ ଦୃଷ୍ଟିରେ ରଖି ଟେଷ୍ଟ ଟିମର ଗୁରୁ ଦାୟିତ୍ୱ ଶୁଭମନଙ୍କୁ ଦେଇଛି।