ଘରୋଇ କଳିର କରୁଣ ପରିଣତି, ବାପା-ମା ଟଣାଟଣିରେ ତଳେ ପଡ଼ିଲା ଛୁଆ, ଚାଲିଗଲା ଜୀବନ

ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦମ୍ପତିଙ୍କ ଝଗଡ଼ାରେ ତଳେ ପଡ଼ି ଦୁଇ ବର୍ଷର ନିଷ୍ପାପ ଶିଶୁର ମୃତ୍ୟୁ ହୋଇଛି ।

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦମ୍ପତିଙ୍କ ଝଗଡ଼ାରେ ତଳେ ପଡ଼ି ଦୁଇ ବର୍ଷର ନିଷ୍ପାପ ଶିଶୁର ମୃତ୍ୟୁ ହୋଇଛି । ସେପଟେ ଶ୍ବଶୁର ଘର ଲୋକେ ସ୍ବାମୀ ଉପରେ ନିର୍ଦ୍ଦୋଶ ଶିଶୁକୁ ହତ୍ୟା କରିଥିବାର ଗଭୀର ଅଭିଯୋଗ ଆଣିଛନ୍ତି । ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ବର୍ତ୍ତମାନ, ପୋଲିସ ଶିଶୁର ପୋଷ୍ଟମର୍ଟମ କରାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି। ସେପଟେ ସ୍ୱାମୀଙ୍କ ପରିବାର ଲୋକେ ଏହାକୁ ଏକ ଦୁର୍ଘଟଣା ବୋଲି କହୁଥିବା ବେଳେ ସ୍ତ୍ରୀଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି କହୁଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

କାନପୁରର ସିଦ୍ଧାର୍ଥନଗରର ନିବାସୀ ମନୋଜ, ତିନି ବର୍ଷ ପୂର୍ବେ ଦୀକ୍ଷାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଦୁଇ ବର୍ଷର ପୁଅ ଥିଲା ଯାହାର ନାମ ସେମାନେ ସ୍ୱସ୍ତିକ ରଖିଥିଲେ। ମନୋଜଙ୍କ ବାପା ରାମବାବୁଙ୍କ ଅନୁଯାୟୀ, ବିବାହ ପରଠାରୁ ଦୀକ୍ଷା ତାଙ୍କ ବାପ ଘରକୁ ଯିବାକୁ ଜିଦ୍ କରୁଥିଲା ।  ଯାହା କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିଲା।

ସ୍ୱସ୍ତିକଙ୍କ ପିଲାଦିନରୁ ହୃଦୟରେ ଏକ ଛିଦ୍ର ଥିଲା, ଯାହାର ଚିକିତ୍ସା କରାଯାଉଥିଲା। ଗୁରୁବାର ଦିନ ସ୍ୱସ୍ତିକଙ୍କୁ ଜ୍ୱର ହେବାରୁ ସ୍ୱାମୀ-ସ୍ତ୍ରୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ। ସେଠାରୁ ଫେରିବା ପରେ ଦୀକ୍ଷା ତାଙ୍କ ବାପଘରକୁ ଯିବାକୁ ଜିଦ୍ କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ଝଗଡ଼ାରେ ସ୍ୱସ୍ତିକ ତଳେ ପଡ଼ିଗଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଲା। ପରିବାର ସ୍ୱସ୍ତିକଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଗଲେ । କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଚିକିତ୍ସାରେ ବିଳମ୍ବ ଅଭିଯୋଗ

ଦୀକ୍ଷାଙ୍କ ପରିବାର ଲୋକେ ଶିଶୁକୁ ମନୋଜ ଅର୍ଥାତ ତାଙ୍କ ଫିଙ୍ଗି ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ ମନୋଜ ପିଲାଟିକୁ ଚିକିତ୍ସା କରାଇ ବିରକ୍ତ ହୋଇଯାଇଥିଲେ ଏବଂ ସେଥିପାଇଁ ସେ ତାକୁ ତଳେ ଫିଙ୍ଗି ଦେଲେ। ଦୀକ୍ଷାଙ୍କ ଶ୍ୱଶୁର ଘର ଲୋକ ମଧ୍ୟ ଅଭିଯୋଗ କରିଛନ୍ତି ଯେ ମନୋଜ ପିଲାଟିର ଚିକିତ୍ସାରେ ବିଳମ୍ବ କରିଥିଲେ। ଯଦି ତାଙ୍କୁ ଠିକ୍ ସମୟରେ ଚିକିତ୍ସା ଦିଆଯାଇଥାନ୍ତା, ତେବେ ତାଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା। ବର୍ତ୍ତମାନ ପୋଲିସ କହିଛି ଯେ ଶିଶୁଟିର ପୋଷ୍ଟମର୍ଟମ କରାଯାଇଛି ଏବଂ ଅଭିଯୋଗ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।