ଚକା ଚକା ଭଉଁରି ଖେଳିଲା Google Maps, ଶ୍ରଦ୍ଧାଳୁଙ୍କୁ ଅବାଟରେ ନେଇ Electric ଖୁଣ୍ଟରେ ପିଟିଲା

ବାଟବଣା କଲା Google Maps । ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଖରାପ ହେଲା ଶ୍ରଦ୍ଧାଳୁଙ୍କ କାର୍ ।

ପ୍ରୟାଗରାଜ: ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । କୋଟି କୋଟି ଶ୍ରଦ୍ଧାଳୁ ଶାହି ସ୍ନାନ ପାଇଁ ମହାକୁମ୍ଭ ଯାଉଥିବାବେଳେ ବିହାରର ଗୟାରୁ ଜଗଦମ୍ବିକା ପାଲଙ୍କ ପରିବାର ମହାକୁମ୍ଭକୁ ଯାଉଥିଲେ । ପ୍ରୟାଗରାଜ ନିକଟବର୍ତ୍ତୀ ହେବା ପରେ ପାଲ ପରିବାର ଗୁଗଲ ମ୍ୟାପ୍ସ ଦେଖି କୁମ୍ଭମେଳା ପାଇଁ ବାଟ ବାହାର କରୁଥିବାବେଳେ ହଟଡଟା ହୋଇଛନ୍ତି ।

ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ବେଳେ ଗୁଗଲ ମ୍ୟାପ୍ସରୁ ବାଟ କାଢ଼ି ନ ପାରି କାରଟି ଆଖପାଖ ଅଞ୍ଚଳରେ ଘୁରି ବୁଲିଥିଲା । ଏହାପରେ ଶେଷରେ ଯାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା । କାର ପିଟିହୋଇ ଦୁର୍ଘଟଣା ଘଟିବାରୁ ଶ୍ରଦ୍ଧାଳୁ ଆହତ ହୋଇଥିଲେ ।

ଏହାପରେ ସ୍ଥାନୀୟ ପୋଲିସ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ଖୁଣ୍ଟରେ ପିଟିହେବା ଯୋଗୁ କାରଟି ଖରାପ ହୋଇଗଲା । ଯାହାଫଳରେ ସେମାନଙ୍କୁ ଆଉ ଗୋଟିଏ ଗାଡ଼ ଭଡ଼ା କରି ଯିବାକୁ ପଡ଼ିଲା ।

ଏହା ପ୍ରଥମ ଘଟଣା ନୁହେଁ, ଯେଉଁଥିରେ ଗୁଗଲ ମ୍ୟାପ୍ସ ଲୋକଙ୍କୁ ଅବାଟରେ ନେଇଛି । ଏହାପୂର୍ବରୁ ଅନେକ ଘଟଣା ରହିଛି ଯେଉଁଥିରେ ଲୋକଙ୍କୁ ମହରଗରୁ କାନ୍ତାରରେ ପଡ଼ିବାକୁ ପଡ଼ିଛି ।