ପିଏମ ମୋଦୀଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ସମ୍ମାନ, “ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ Makarios-III”
ସାଇପ୍ରସର ରାଷ୍ଟ୍ରପତି ପିଏମ ମୋଦୀଙ୍କୁ ଦେଲେ ସାଇପ୍ରସର ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ: ସାଇପ୍ରସରେ ପିଏମ ମୋଦୀ ପୁଣିଥରେ ଦୁନିଆକୁ ଭାରତର ଅଗ୍ରଗତି ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାଇପ୍ରସର ଲିମାସୋଲ ସହରରେ ଏକ ବ୍ୟବସାୟିକ ଗୋଲମେଜ ସମ୍ମିଳନୀରେ କହିଛନ୍ତିଯେ, ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥା ହେବା ଦିଗରେ ଗତି କରୁଛି।
ଏହି ସମ୍ମିଳନୀ ସାଇପ୍ରସର ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡିଲାଇଡ୍ସର ଉପସ୍ଥିତିରେ ଅୟୋଜନ କରାଯାଇଥିଲା। ଏହି ସମୟରେ ସାଇପ୍ରସର ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋଲିଡେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ Makarios-IIIରେ ସମ୍ମାନୀତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୪ରୁ ଏପର୍ଯ୍ୟନ୍ତ ୨୩ ଦେଶରେ ସର୍ବୋଚ୍ଚ ଅନ୍ତର୍ଜାତୀୟ ସମ୍ମାନ ମିଳିସାରିଛି। ଏହି ସମ୍ମାନ ତାଙ୍କର କୁଶଳ ନେତୃତ୍ୱ, ବିଶ୍ୱ କୂଟନୀତି ଏବଂ ଅନ୍ତର୍ଜାତୀୟ ସହଯୋଗରେ ଯୋଗଦାନକୁ ଦର୍ଶାଇଥାଏ। ଏହି ସମ୍ମାନ ଭାରତର ବିଶ୍ୱ ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବଶାଳୀ ବୈଦେଶିକ ନୀତିର ପ୍ରମାଣ ମଧ୍ୟ।