କାନପୁର: କଥାରେ ଅଛି ପ୍ରେମ ଜରି ହବା ଯେତିକି ସହଜ ଛାଡ଼ିବା ତା’ଠାରୁ କଷ୍ଟ । ଉତ୍ତର ପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାନପୁରର ସଢ ଥାନା ଅଧିନରେ ମହିଳାଙ୍କ ଘର । ମହିଳାଙ୍କର ୪ ପିଲାପିଲି ଥିବାବେଳେ ତାଙ୍କ ସ୍ୱାମୀ ବାହାରେ ରହି କାମ କରନ୍ତି । ମହିଳା ତାଙ୍କ ବଡ଼ ଝିଅର ବାହାଘର ମଧ୍ୟ କରିସାରିଛନ୍ତି । ମହିଳା ଜଣକ ୫୦ ବର୍ଷ ପାର୍ କରିସାରିଥିଲେ ସୁଦ୍ଧା ତାଙ୍କଠୁ ଏବେଯାକେ ପ୍ରେମ ଜର ଛାଡ଼ିନି । ଝିଅ ବାହା କରିସାରିଥିବା ଏହି ମହିଳା ୧୮ ବର୍ଷ ବୟସର ପୁଅର ପ୍ରେମରେ ପଡ଼ି ପୁରା ପାଗଳ । ଦୁହେଁ ପରସ୍ପରକୁ ନିମିଷେ ନ ଦେଖିଲେ ରହିପାରନ୍ତି ନାହିଁ ।
ଉଭୟଙ୍କ ମିଳାମିଶାକୁ ନେଇ ଯେତେବେଳେ ଗାଁରେ ଆଲୋଚନା ହେଲା, ଏକଥା ପିଲାମାନେ ଜାଣିପରି ମା’ଙ୍କୁ ପ୍ରେମିକ ସହ ମିଳାମିଶା ପାଇଁ ବାରଣ କଲେ । ମହିଳାଜଣକ କିନ୍ତୁ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ପ୍ରତିଦିନ ଘରକୁ ଆସୁଥିବା ପ୍ରେମିକ ପାଇଁ ଯେତେବେଳେ କବାଟ ପଡ଼ିଗଲା, ଦୁହେଁ କ୍ଷେତରେ ଯାଇ ମିଳାମିଶା କଲେ । କିଛିଦିନ ପୂର୍ବେ ହଠାତ୍ ମହିଳା ଜଣକ କୌଣସି କାମରେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ । ଯାହାପରେ ତାଙ୍କ ବିବାହିତ ଝିଅ ଥାନାରେ ମା’ର ନିଖୋଜ ଅଭିଯୋଗ କଲେ । ପୋଲିସ ଟିମ୍ର ବହୁ ଚେଷ୍ଟା ପରେ ମହିଳା ଓ ପ୍ରେମିକ ଧରାପଡ଼ିଥିଲେ । ଦୁହେଁ ପରସ୍ପରକୁ ଛାଡ଼ିବା ପାଇଁ ଆଦୌ ରାଜି ହେଉ ନ ଥିଲେ । କିନ୍ତୁ ଉଭୟଙ୍କ ପରିବାର ଲୋକ ବହୁ ବୁଝାସୁଝା କରିବା ପରେ ଦୁହେଁ ନିଜ ନିଜ ଘରକୁ ଯାଇଥିଲେ । ମାତ୍ର ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।