ନୂଆଦିଲ୍ଲୀ: ଭାରତରେ ସକ୍ରିୟ କରୋନା ଭୂତାଣୁ ମାମଲା ୨,୦୦୦ରୁ ଅଧିକକୁ ବୃଦ୍ଧି ପାଇଛି। ଯେଉଁଥିରେ କେରଳରେ ସର୍ବାଧିକ ସଂକ୍ରମଣ ଦେଖାଯାଇଛି – ଏହା ପରେ ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛି। ୨୦୨୦ ରୁ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏହି ଭାଇରସ ପୁଣିଥରେ ମୁଣ୍ଡ ଟେକିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ଟି ମାମଲା, ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଏବଂ ଗୁଜରାଟରେ ୨୨୩ଟି ମାମଲା ରେକର୍ଡ ହୋଇଛି। ତାମିଲନାଡୁରେ ମୋଟ ୧୪୮ଟି ମାମଲା ରେକର୍ଡ ହୋଇଛି, ଯେତେବେଳେ କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୪୮ ଓ ୧୧୬ଟି ମାମଲା ରିପୋର୍ଟ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।
ତେବେ, ଅଧିକାରୀମାନେ କହିଛନ୍ତି ଯେ ଅଧିକାଂଶ କୋଭିଡ-୧୯ ମାମଲା ହାଲୁକା ପ୍ରକୃତିର ଅଟେ ଏବଂ ଏପର୍ଯ୍ୟନ୍ତ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ।