ଭୁବନେଶ୍ୱର: ସକାଳୁ ସକାଳୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଚଢ଼ାଉ ହୋଇଛି । ଡ୍ରଗ୍ କଣ୍ଟ୍ରୋଲର ଏବଂ ଏସଟିଏଫର ମିଳିତ ଚଢ଼ାଉ କରାଯାଇଛି ।
ବିଶେଷ କରି କସମେଟିକ୍ ଦୋକାନରେ ଏହି ଚଢ଼ାଉ କରାଯାଇଛି । ଏକାଧିକ କମ୍ପାନୀର କ୍ରିମ, ପାଉଡର, ନେଲପୋଲିସ ଇତ୍ୟାଦିର ପରୀକ୍ଷଣ ପାଇଁ ଅଧିକାରୀ ନମୁନା ସଂଗ୍ରହ କରିଛନ୍ତି ।
ବିଶେଷ କରି ମହିଳାମାନେ ୧ ନମ୍ବର ମାର୍କେଟର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ।ନକଲି ଜିନିଷ ବ୍ୟବହାର ଦ୍ୱାରା ବିଭିନ୍ନ ପ୍ରକାର ଆଲର୍ଜି ହେବା ସହ ଲୋକେ ଅସୁସ୍ଥ ହେଉଛନ୍ତି ।
ଦୋକାନୀମାନେ କିଣିଥିବା ପ୍ରଡକ୍ଟର ବିଲ୍ ମଧ୍ୟ ତଦାରଖ କରାଯାଇଛି । ସଂଗ୍ରହ କରାଯାଇଥିବା ନମୁନାକୁ କମ୍ପାନୀକୁ ପଠାଯାଇ ତାହା ଅସଲି କି ନକଲି ଜଣାପଡ଼ିବ ବୋଲି ଚଢ଼ାଉ ଅଧିକାରୀ କହିଛନ୍ତି ।