ମୋଦୀଙ୍କୁ ଚିଠି ଲେଖିଲେ ବାଲୁଚ୍ ନେତା, ସ୍ବାଧିନତା ପାଇଁ ମାଗିଲେ ସମର୍ଥନ

ଆମେରିକୀୟ କଂଗ୍ରେସ ଅଧ୍ୟକ୍ଷ ତାରା ଚାନ୍ଦ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ସ୍ୱତନ୍ତ୍ର ବେଲୁଚିସ୍ତାନ ଆନ୍ଦୋଳନ'କୁ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ଏହି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି।

ନୂଆଦିଲ୍ଲୀ: ବେଲୁଚିସ୍ତାନ ଦୀର୍ଘ ଦିନ ଧରି ସ୍ୱାଧୀନତା ଦାବି କରିଆସୁଛି। ଏନେଇ, ଆମେରିକାରେ ବାଲୁଚ୍ ସମ୍ପ୍ରଦାୟର ନେତା ତଥା କଂଗ୍ରେସ ସଭାପତି ତାରା ଚାନ୍ଦ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ପ୍ରୟାସ କରୁଥିବା ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ଚିଠିରେ ସେ ଦଶନ୍ଧି ଧରି ପାକିସ୍ତାନ ଦ୍ୱାରା ବେଲୁଚ୍ ଲୋକଙ୍କ ଉପରେ କରାଯାଉଥିବା ଅତ୍ୟାଚାର, ଲେକଙ୍କୁ ବଳପୂର୍ବକ ଉଠାଇନେବା, ନିର୍ଯାତନା ଏବଂ ନରସଂହାରର ସମାଲୋଚନା କରିଛନ୍ତି। ତାରା ଚାନ୍ଦ ଏହା ମଧ୍ୟ କହିଛନ୍ତି ଯେ, ଏକ ସ୍ୱାଧୀନ ବେଲୁଚିସ୍ତାନ ଭାରତ ପାଇଁ ଏକ ରଣନୈତିକ ଲାଭ ହୋଇପାରେ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ଲେଖିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛି, ଯେଉଁଥିରେ ମୁଁ ଏକ ସ୍ୱାଧୀନ ବେଲୁଚିସ୍ତାନ ପାଇଁ ଠୋସ୍ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ବେଲୁଚିସ୍ତାନ ଲୋକମାନେ ପାକିସ୍ତାନ ଦ୍ୱାରା ଅତ୍ୟାଚାର ଏବଂ ନରସଂହାରର ଶିକାର ହୋଇଛନ୍ତି। ଏକ ସ୍ୱାଧୀନ ବେଲୁଚିସ୍ତାନ ଭାରତ ପାଇଁ ଶାନ୍ତି ଏବଂ ସ୍ଥିରତାର ପ୍ରତୀକ ହୋଇପାରିବ। ନ୍ୟାୟର ସମର୍ଥନ ପାଇଁ ଭାରତ ଆମ ସହିତ ଠିଆ ହେଉ” ବୋଲି ସେ ଅନୁରୋଧ କରିଛନ୍ତି ।

ବାଲୁଚ୍ ଆମେରିକୀୟ କଂଗ୍ରେସ ଦୁଇଟି ସରକାରୀ ଚିଠି ମାଧ୍ୟମରେ ଏହି ଆବେଦନକୁ ସିଧାସଳଖ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। ଏହି ଚିଠିରେ, ତାରା ଚାନ୍ଦ ଅତୀତରେ ବେଲୁଚିସ୍ତାନ ପ୍ରସଙ୍ଗରେ ଭାରତୀୟ ନେତୃତ୍ୱ ଦେଖାଇଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି ।

ଏହା ବ୍ୟତୀତ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତିକୁ ପ୍ରଶଂସା କରି ଏହାକୁ ଏକ ସାହସିକ ପଦକ୍ଷେପ ବୋଲି କହିଛନ୍ତି।