fbpx

BIGG BOSS ରେ SEX କାରିବାକୁ ମିଳିଲା କି ଅନୁମତି? ଯେବେ ମେକର୍ସ କହିଲେ- ‘କଣ୍ଟେଷ୍ଟେଣ୍ଟ ଆଜାଦ ହୈ..’

ନୂଆଦିଲ୍ଲୀ: ବିଗ ବସ୍ ୧୮ ସିଜନ ଖୁବଶିଘ୍ର ଟେଲିକାଷ୍ଟ ହେବାକୁ ଯାଉଛି। ଏହାର ପ୍ରୋମୋ ଲଗାତାର ଜାରି ହେଉଛି ଏବଂ ଏହାର ପ୍ରତିଯୋଗୀମାନଙ୍କ ନାମ ଉପରେ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇସାରିଛି। ୨୦୦୬ରେ ଏହି ଶୋ ର ପ୍ରଥମ ସିଜନ ସୋନି ଟିଭିରେ ଟେଲିକାଷ୍ଟ ହୋଇଥିଲା। ସେହି ସମୟରେ ଭାରତୀୟ ଦର୍ଶକଙ୍କ ପାଇଁ ଏହା ଏକ ଭିନ୍ନ ଅନୁଭବ ଥିଲା। ଏହି ଶୋ ବ୍ରିଟିଶ ଟିଭି ‘ଚ୍ୟାନେଲ୪’ର ବିବାଦୀୟ ଶୋ ବିଗ ବ୍ରଦରର ହିନ୍ଦୀ ଆଡପ୍ସନ ଅଟେ। ଏଥିପାଇଁ ଯେବେ ଏହି ଶୋ ଆରମ୍ଭ ହୋଇଥିଲା ସେତେବେଳେ ମିଡିଆରେ ଏକ ଖବର ଆସିଥିଲା ଯେ, ଏହି ଶୋ ଫ୍ୟାମିଲି ଅଡିଏନ୍ସଙ୍କ ପାଇଁ ନୁହେଁ। ଚ୍ୟାନେଲ ଏହି କଥାକୁ ପ୍ରତ୍ୟାଖ୍ୟାନ କରିଥିଲା।

୩ ନଭେମ୍ବର ୨୦୦୬ ରେ ‘ବିଗ ବସ ସିଜନ ୧’ ଟେଲିକାଷ୍ଟ ହୋଇଥିଲା। ଏହାର ସଙ୍ଗେ ସଙ୍ଗେ ଖବର ଆସିଥିଲା ଯେ, ଏହି ଶୋ ରେ ପ୍ରତିଯୋଗୀମାନଙ୍କୁ ସେକ୍ସ କରିବାର ସ୍ୱାଧୀନତା ମିଳିବ। ଏଥିପାଇଁ ଫ୍ୟାମିଲି ଅଡିଏନ୍ସ ଏହି ଶୋ କୁ ଦେଖିପାରିବେ ନାହିଁ। ଖୁବଶିଘ୍ର ଏହା ଉପରେ ଶୋ’ର ନିର୍ମାତାଙ୍କଠାରୁ ସ୍ପଷ୍ଟତା ମଧ୍ୟ ଆସିଥିଲା। ସେହି ସମୟରେ ସୋନି ଟିଭିର କ୍ରିଏଟିଭ ହେଡ ସନ୍ଦୀପ ସିକନ୍ଦ ଥିଲେ। ସେ ଏକ ବିବୃତ୍ତିରେ ଭାଇରାଲ ଖବରର ସତ୍ୟତା ବିଷୟରେ କହିଥିଲେ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ, ସନ୍ଦୀପ ସିଙ୍କନ୍ଦ ଶୋର ସେକ୍ସର ଖବରକୁ ନେଇ ସ୍ପଷ୍ଟ କରି କହିଥିଲେ ଯେ, ପ୍ରଥମ ସପ୍ତାହରେ ହିଁ ଉତ୍ସାହକୁ ଦେଖି ଆପଣଙ୍କୁ ଲାଗୁଥିଲା ଯେ, ଶୋ’କୁ ସେକ୍ସର ଆବଶ୍ୟକତା ରହିଛି କି? ପ୍ରତିଯୋଗୀ ଯଦି ଚାହିଁବେ ସେକ୍ସ କରିବା ପାଇଁ ସେମାନେ ସ୍ୱାଧୀନ। ହେଲେ ମୋତେ ଲାଗୁନାହିଁ ଯେ, ଏପରି ହେବ। ହୃଦୟରୁ ଆମେ ସମସ୍ତେ ଭାରତୀୟ ଏବଂ ସୋନି ଟିଭି ଭାରତୀୟ ପାରିବାରିକ ଚ୍ୟାନେଲ ଅଟେ। ଏଥିପାଇଁ ମୁଁ ଜାଣିପାରୁନାହିଁ ଯେ, ଜନତାଙ୍କ ଶୋରେ ସେକ୍‌ସର ଖବର କେଉଁଠାରୁ ଆସିଲା। ଆମେ ଏହି ଶୋ ର ଓକିଲାତି କରୁନାହୁଁ, ଯେପରି ଲୁଚି ଛପି ଦେଖିବାକୁ ପଡିବ।

Get real time updates directly on you device, subscribe now.